ହାତୀ ଭୟରେ ସ୍କୁଲ୍ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଯାଜପୁର( ଅଭୟ ପତି ) : ହାତୀ ଭୟରେ ସ୍କୁଲ୍ ଛୁଟି ଘୋଷଣା କଲା ଯାଜପୁର ଜିଲ୍ଲା ପ୍ରଶାସନ। କୋରେଇ ଓ ବ୍ୟାସନଗର ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବାରୁ ଆଜି ଏହି ଅଞ୍ଚଳର ସମସ୍ତ ପ୍ରାଇମେରୀ ଓ ହାଇସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

ଗତ ୪ ଦିନ ହେବ ପଛିକୋଟ ଜଙ୍ଗଲରୁ ଆସିଥିବା ହାତୀ ଆହତ ଅବସ୍ଥାରେ ବ୍ୟାସନଗର ଅଞ୍ଚଳକୁ ପଶି ଆସିଥିଲା । ୩ ଦିନ ପୂର୍ବେ ହାତୀଟି ଜଣଙ୍କୁ ମାରିଥିବା ବେଳେ ଗତକାଲି ଗୋଡ଼ିପାଟଣା ଓ ରାଧାପାଟଣା ଗାଁର ୨ ଜଣଙ୍କୁ ଦଳି ମାରିଛି।  ହାତୀ ଆକ୍ରମଣରେ ବନ ବିଭାଗ କର୍ମଚାରୀଙ୍କ ସମେତ ୩ଜଣ ଗୁରୁତର ଆହତ ହୋଇଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଉଦ୍ୟମ ଜାରି ରହିଛି ।

You might also like