ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ବ୍ୟାପକ ଘୋଟାଲା

ଭଦ୍ରକ: ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ବ୍ୟାପକ ଘୋଟାଲା। ବସ୍ତା ପ୍ରତି କିଲେ ନୁହେଁ କି ଦୁଇ କିଲୋ ନୁହେଁ ୮ କିଲୋ କମ୍‌ ଦିଅାଯାଉଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ଅାସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଶିକ୍ଷା ସର୍କଲରୁ। ଏଫସିଅାଇ ଗୋଦାମରୁ ଚାଉଳ ଅାସିବାପରେ ଅନ୍ୟ ଗୋଦାମରେ ବସ୍ତାରୁ ଚାଉଳ କଢ଼ା ହୋଇଯାଉଛି।  ୫୦ କିଲୋ ବସ୍ତାରୁ ୮ କିଲୋ ଲେଖାଏଁ ଚାଉଳ କଢ଼ାଯାଇ ପୁଣି ହେଉଛି ପ୍ୟାକିଂ। ଏସବୁ ଜାଣି ପ୍ରଶାସନିକ ଅଧିକାରୀ ଅଜଣା ରହୁଥିବା ଅଭିଯୋଗ ହୋଇଛି।

ଭଦ୍ରକ ଜିଲ୍ଲା ବାସୁଦେବପୁର ଶିକ୍ଷା ସର୍କଲ ଅଧିନରେ ୩୩୫ଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଲାଗି ଚାଉଳ ବଣ୍ଟନ ହେଉଛି। ମାସିକ ୮ଶହ କ୍ୱିଣ୍ଟାଲରୁ ୯୫୦ କ୍ୱିଣ୍ଟାଲ ଚାଉଳ ବଣ୍ଟନ ହେଉଛି। ହେଲେ ସ୍କୁଲକୁ ଚାଉଳ ଅାସିବା ବେଳେ ବସ୍ତା ପ୍ରତି ୮ କିଲୋ କମ୍। କଢ଼ାଯାଇଥିବା  ଚାଉଳର ଅର୍ଥକୁ ଗୋଦାମ ଚଳାଉଥିବା ଠିକା ସଂସ୍ଥା ନେଉଥିବା ଅଭିଯୋଗ ହୋଇଛି। ସେପଟେ ଚାଉଳ କମ୍ ଅାସୁଥିବା ଜାଣି ବି ଶିକ୍ଷକ ବଦଳି ଭୟରେ ଅଭିଯୋଗ କରୁନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତ ବ୍ଲକ୍‌ ମଧ୍ୟାହ୍ନ ଭୋଜନ ବଣ୍ଟନରେ ଥିବା ନୋଡାଲ ଅଫିସର କାଳୀପଦ ପ୍ରଧାନ।

(ଭଦ୍ରକ ଜିଲ୍ଲା ବାସୁଦେବପୁରରୁ କିିରୀଟି ଦାସଙ୍କ ରିପୋର୍ଟ)

You might also like