କାଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ନିମ୍ନ ଅଦାଲତରେ ଶୁଣାଣି ଉପରେ ରୋକ

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀର କଠୁଆର ନାବାଳିକା ଗଣଦୁଷ୍କର୍ମ ମାମଲାରେ ନିମ୍ନ ଅଦାଲତରେ ହେଉଥିବା ଶୁଣାଣି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଅନ୍ୟ ଅଦାଲତରେ ଶୁଣାଣି କରିବା ନେଇ ପୀଡ଼ିତାଙ୍କ ବାପାଙ୍କ ଏକ ଆବେଦନ କରିଥିଲେ। ଏହାର ଶୁଣାଣି କରି କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ନିଜ ପକ୍ଷ ରଖିବାକୁ ସମୟ ଦେଇଛନ୍ତି କୋର୍ଟ।

ତେବେ କାଠୁଆ ମାମଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ସାଞ୍ଜିରାମ ନାମକ ଜଣେ ବ୍ୟକ୍ତି ନାବାଳିକାକୁ ହତ୍ୟା କରିଥିବା ସ୍ୱୀକାର କରିଛି। ଗଣଦୁଷ୍କର୍ମ ମାମଲାରେ ତାଙ୍କ ପୁଅ ସାମିଲ ଥିବା ଜାଣି ନାବାଳିକାକୁ ହତ୍ୟା କରିଛି ବୋଲି ସାଞ୍ଜିରାମ ମାନିଛି। ଅପହରଣର ୪ ଦିନ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ସେ କହିଛି।

ଗତ ୧୦ ଜାନୁଆରୀରେ ନାବାଳିକାଙ୍କୁ ସାଞ୍ଜିରାମଙ୍କ ପୁତୁରା ପ୍ରଥମେ ଦୁଷ୍କର୍ମ କରିଥିଲା। ଏହି ମାମଲାରେ ସାଞ୍ଜିରାମ, ତା’ର ପୁଅ ବିଶାଲ, ଏବଂ ଅନ୍ୟ ୫ ଜଣଙ୍କୁ ଅଭିଯୁକ୍ତ କରାଯାଇଛି। ଯେଉଁ ମନ୍ଦିରରେ ନାବାଳିକାକୁ ରଖାଯାଇଥିଲା ସାଞ୍ଜିରାମ ସେଇ ମନ୍ଦିରର ପୂଜକ ଥିବା ଜଣାପଡ଼ିଛି।

 

 

You might also like