ସଞ୍ଜୟ ଦତ୍ତଙ୍କୁ ଫୁସ୍ଫୁସ୍ କ୍ୟାନ୍ସର୍, ଚିକିତ୍ସା ପାଇଁ ଖୁବ୍ଶୀଘ୍ର ଯାଇପାରନ୍ତି ଆମେରିକା
ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ ଫୁସ୍ଫୁସ୍ କ୍ୟାନ୍ସର୍ରେ ଆକ୍ରାନ୍ତ ହୋଇଥିବା ଥିବା ସୂଚନା ମିଳିଛି। ବର୍ତ୍ତମାନ ଏହା ଷ୍ଟେଜ୍-୩ରେ ଅଛି।
ବଲିଉଡ୍ରେ ସଞ୍ଜୁ ବାବା ଭାବେ ପରିଚିତ ସଞ୍ଜୟ ଦତ୍ତ କ୍ୟାନ୍ସର୍ରେ ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର ଜଣାପଡ଼ିଥିଲା। ଏନେଇ ଫିଲ୍ମ ଟ୍ରେଡ୍ ଆନାଲିଷ୍ଟ୍ କୋମଲ୍ ନାହତା ସୂଚନା ଦେଇଥିଲେ।
ଅଗଷ୍ଟ ୮ ରେ ନିଶ୍ୱାସପ୍ରଶ୍ୱାସରେ ନେବାରେ କଷ୍ଟ ଅନୁଭବ କରିବାରୁ ସଞ୍ଜୟଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ସେ ତାଙ୍କର କରୋନା ଟେଷ୍ଟ୍ କରାଇଥିଲେ ଓ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ଅଗଷ୍ଟ ୯ରେ ସେ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଥିଲେ। ଗତକାଲି ହସ୍ପିଟାଲ୍ ଯିବାପରେ ଜଣାପଡ଼ିଥିଲା ଯେ, ସେ କ୍ୟାନ୍ସର୍ରେ ପୀଡ଼ିତ ଅଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଚିକିତ୍ସା ପାଇଁ ସେ ଖୁବ୍ଶୀଘ୍ର ଆମେରିକା ଯାଇପାରନ୍ତି।
ଅନ୍ୟପକ୍ଷରେ ସଞ୍ଜୟ ଟ୍ୱିଟ୍ କରି କହିଛନ୍ତି, ‘ଡାକ୍ତରୀ ଚିକିତ୍ସା ପାଇଁ କିଛି ଦିନ କାର୍ଯ୍ୟରୁ ବିରତି ନେଉଛି। ମୋ ପରିବାର ଓ ବନ୍ଧୁମାନେ ମୋ ସହ ଅଛନ୍ତି।’
— Sanjay Dutt (@duttsanjay) August 11, 2020
ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବ୍ୟସ୍ତ ବିବ୍ରତ କିମ୍ବା ଅନାବଶ୍ୟକ କଳ୍ପନାଜଳ୍ପନା କରନ୍ତୁ ନାହିଁ ବୋଲି ସଞ୍ଜୟ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି। ଆପଣମାନଙ୍କ ଭଲ ପାଇବା ଓ ଶୁଭ କାମନା ଯୋଗୁ ଖୁବ୍ ଶୀଘ୍ର ଫେରିବି ବୋଲି ସେ କହିଛନ୍ତି।