ମେ’ ୨୬ରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ଡାକରା, ସମର୍ଥନ ଜଣାଇଲେ ୧୨ ବିରୋଧୀ ଦଳ

ନୂଆଦିଲ୍ଲୀ: ମେ’ ୨୬ରେ ସମ୍ୟୁକ୍ତା କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ୧୨ ପ୍ରମୁଖ ବିରୋଧୀ ଦଳ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। କେନ୍ଦ୍ରର କୃଷି  ଆଇନ ବିରୋଧରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନକୁ ୬ ମାସ ପୂରିବାକୁ ଯାଉଛି। ଏହି ଅବସରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି।

କଂଗ୍ରେସ, ଜେଡି-ଏସ, ଏନସିପି, ଟିଏମସି, ଶିବସେନା, ଡିଏମକେ, ଜେଏମଏମ, ଜମ୍ମୁ ଆଣ୍ଡ କଶ୍ମୀର ନ୍ୟାସନାଲ କନଫରେନ୍ସ,, ସମାଜବାଦୀ ପାର୍ଟି, ଆରଜେଡି, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ଓ ସିପିଆଇ-ଏମ ପାର୍ଟି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।

ସୂଚନାଥାଉକି, ମେ’ ୧୨ରେ ବିରୋଧୀ ଦଳ ଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି କୃଷି ଆଇନକୁ ପ୍ରତ୍ୟାହାର କରିବା ଲାଗି ଅପିଲ କରିଥିଲେ।

ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ୨୬ରେ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା।

ନୂଆ କୃଷି ଆଇନ୍‌ ବିରୋଧରେ ଚାଷୀଙ୍କ ଏହି ଆନ୍ଦୋଳନକୁ ଜାନୁଆରୀ ୨୬ରେ ୨ ମାସ ବିତିଥିଲା ଓ ଏହି ଦିନ ଚାଷୀମାନେ ଏକ ଟ୍ରାକ୍ଟର ରାଲି କରିଥିଲେ। ହେଲେ ଏହି ରାଲି ହିଂସାକାଣ୍ଡରେ ପରିଣତ ହୋଇଥିଲା। ଆନ୍ଦୋଳନରେ ବସିଥିବା ଚାଷୀଙ୍କୁ ବୁଝାଇବାକୁ ସରକାର ବାରମ୍ବାର ବୈଠକ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିନାହିଁ।

You might also like