ପ୍ରଭାସଙ୍କ ଜଲୱା: ୩ ଦିନରେ ୨୦୦ କୋଟି ପାର କଲା ‘ସାହୋ’

ମୁମ୍ବାଇ: ବକ୍ସ ଅଫିସ୍‌ରେ ଧମାକା ପରେ ଧମାକା କରୁଛି ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଆକ୍ସନ୍‌ ଡ୍ରାମା ‘ସାହୋ’। ପ୍ରଥମ ଦିନରେ ସାରା ଦେଶରେ ୧୦୦ କୋଟି ପାର କରିଥିବା ‘ସାହୋ’ ଏବେ ପ୍ରଥମ ୱିକ୍‌ଏଣ୍ଡରେ ସର୍ବଭାରତୀୟ ବକ୍ସ ଫିସ୍‌ କଲେକ୍ସନ୍‌ରେ ୨୦୦ କୋଟି ପାର୍‌ କରିଦେଇଛି।  ସୂଚନା ଅନୁଯାୟୀ କେବଳ ହିନ୍ଦୀରେ ଏହା ପାଖାପାଖି ୮୦ କୋଟି ଟଙ୍କା ଆୟ କରିଛି। ବକ୍ସ ଅଫିସ୍‌ ଡଟ କମ୍‌ ମୁତାବକ ‘ସାହୋ(ହିନ୍ଦୀ)’ ଭର୍ସନ ପ୍ରଥମ ଦିନରେ ୨୪ କୋଟି, ଦ୍ୱିତୀୟ ଦିନରେ ୨୫ କୋଟି ଓ ତୃତୀୟ ଦିନରେ  ୨୯ରୁ ୩୦ କୋଟି ଟଙ୍କା ଆୟ କରିଛି। ଜଣାଶୁଣା ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ଟ୍ୱିଟ୍‌ କରି ଏ ସମ୍ପର୍କିତ ସୂଚନା ଦେଇଛନ୍ତି।

 

‘ବାହୁବଳୀ’ ସିରିଜ୍‌ରେ କାମ କରିବା ପରେ ପ୍ରଭାସ ଅନ୍ତର୍ଜାତୀୟ ଷ୍ଟାର୍ ହୋଇଯାଇଛନ୍ତି। ‘ବାହୁବଳୀ’ ସାରା ବିଶ୍ୱରେ ୬୫୦ କୋଟି ଆୟ କରିଥିବା ବେଳେ ‘ବାହୁବଳୀ-୨’ ୧୭୯୬.୫୬ କୋଟି ଟଙ୍କା ଆୟ କରିଥିଲା। ‘ସାହୋ’କୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ସେହି ସମାନ କ୍ରେଜ୍‌ ଦେଖିବାକୁ ମିଳିଛି। ତେବେ ଦେଖିବା ବାକି ରହିଲା ‘ସାହୋ’ କେତେ ଆୟ କରିପାରିବ।

ସୂଚନାଯୋଗ୍ୟ, ‘ସାହୋ’ର ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ୍‌ ରେଡ୍ଡି। ଫିଲ୍ମରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ନୀଲ ନୀତିନ୍ ମୁକେଶ, ଜ୍ୟାକି ଶ୍ରଫ୍, ମନ୍ଦିରା ବେଦୀ ଓ ଚଙ୍କି ପାଣ୍ଡେଙ୍କ ଭଳି ବଡ଼ ବଡ଼ କଳାକାର ଅଭିନୟ କରିଛନ୍ତି।

ଆହୁରି ପଢ଼ନ୍ତୁ

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ଭିଜିଲାନ୍ସ ସ୍କାନରରେ ଅଧ୍ୟାପକ

Corona Update In Odisha: ଆଜି ୨ ହଜାର ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଗୋଟିଏ ବଳଦ ପାଇଁ ସଡ଼ୁକୁ ପିଟିପିଟି ମାରିଦେଲା ସଡ଼ୁ

ଭାଇ ଓ ଭଉଣୀଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଭାସିଗଲା ଦେଢ କିଲୋ ସୁନା

କରୋନା ସଂକ୍ରମଣ ରୋକିବାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚିନ୍ତାଜନକ ତଥ୍ୟ

ଆସିଗଲା ମେଡ୍‌ ରୋବୋ: ଆଉ ବାରମ୍ବାର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବେନି ଡାକ୍ତର

ଫେରୁଛି ଚେନ୍ନାଇର ଚମକ, ହାଇଦ୍ରାବାଦକୁ ହରାଇ ତୃତୀୟ ଥର ବିଜୟ ହାସଲ କଲା ଧୋନି ବାହିନୀ

ଗୋଟେ ଘଣ୍ଟାରେ ୩୩ପ୍ରକାର ଖାଦ୍ୟ କରି ରେକର୍ଡ କଲେ ୧୦ବର୍ଷର ଝିଅ

ଟ୍ୱିନ ସିଟିକୁ ସତର୍କ ସୂଚନା; ପ୍ରବଳ ବର୍ଷିବ

You might also like