ରାଷ୍ଟ୍ରପତି ପୁଟିନଙ୍କର କ’ଣ ହୋଇଛି ? କାହିଁକି ତାଙ୍କର ଗୋଡ ଥରୁଛି ?

ମସ୍କୋ: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଏକ ବଡ ଖବର ଶୁଣିବାକୁ ମିଳିଛି । ଖବର ମୁତାବକ ପୁଟିନ ପାର୍କିନସନ୍ସ ରୋଗ (Parkinsons disease)ରେ ପୀଡ଼ିତ ହୋଇଛନ୍ତି। ପରିସ୍ଥିତି ଏପରି ହେଉଛି ଯେ, ସେ ଜାନୁଆରୀରେ ରାଷ୍ଟ୍ରପତି ପଦ ଛାଡି ପାରନ୍ତି ।

ଏହି ରିପୋର୍ଟ ଅନୁଯାୟୀ, ୬୮ ବର୍ଷିୟ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବା  ଦେଖି ତାଙ୍କର ୩୭ ବର୍ଷିୟା ଗର୍ଲଫ୍ରେଣ୍ଡ ଆଲିନା କାବାଭା ତାଙ୍କୁ ଅବସର ନେବା ପାଇଁ ଅନୁରୋଧ କରିଛନ୍ତି। ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ପୁଟିନଙ୍କ ଗୋଡ ଅସ୍ୱାଭାବିକ ଭାବରେ ଥରୁଥିଲା ଏବଂ ସେ ଏହାକୁ ହାତରେ ଲୁଚାଇବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା।

ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ରୋଗ ଯୋଗୁ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି।  ତାଙ୍କ ଆଙ୍ଗୁଠି, ପାଦ ଏବଂ ଆଖି ଆଇବ୍ରୁ ଗତିବିଧିରୁ ଏହା ସ୍ପଷ୍ଟ ହୋଇଯାଉଛି। ନିକଟରେ ଏକ ଆଇନ ପ୍ରଣୟନ କରାଯାଇଥିଲା, ଯାହା ଅନୁଯାୟୀ ପୁଟିନ ଆଜୀବନ ସିନେଟର ରହିପାରିବେ। ସେବେଠାରୁ ସେ ଖୁବ୍ ଶୀଘ୍ର ଅବସର ନେବାକୁ ପ୍ରସ୍ତୁତ ହେଉଥିବା ଅନୁମାନ କରାଯାଉଥିଲା ।

ସୂଚନା ଥାଉ କି, ପୁଟିନ ଏହି ରୋଗରେ ଆକ୍ରାନ୍ତ ହେବାନେଇ କିଛି ଦିନ ପୂର୍ବରୁ ଆଲୋଚନା ହେଉଥିଲା। କିନ୍ତୁ ଏ ନେଇ ସରକାରୀ ସ୍ତରରେ କିଛି ସୂଚନା ଦିଆଯାଇ ନ ଥିଲା କିମ୍ବା ପ୍ରତ୍ୟାଖ୍ୟାନ ମଧ୍ୟ କରାଯାଇ ନ ଥିଲା।  ମିଳିଥିବା ରିପୋର୍ଟ ଅନୁଯାୟୀ, ପୁଟିନଙ୍କ ଶଣୀରରେ ପାର୍କିନ୍ସନ୍‌ର ଭୟଙ୍କର ଲକ୍ଷଣ ଦେଖା ଦେଇଛି। ତାଙ୍କର ଗୋଟିଏ ହାତ ମଧ୍ୟ ସମ୍ପୂର୍ଣ୍ଣ କାମ କରିବା ବନ୍ଦ କରି ଦେଇଛି।

କ୍ରେମଲିନ୍ ସମାଲୋଚକ ପ୍ରଫେସର ଭାଲେରି ସୋଲୋଭି କହିଛନ୍ତି ଯେ ପୁଟିନଙ୍କ ଝିଅ କ୍ୟାଟ୍ରିନା ଟିଖୋନୋଭା ଏବଂ ମାରିଆ ଭୋରୋଟୋସୋଭା ମଧ୍ୟ ତାଙ୍କୁ ବର୍ତ୍ତମାନ ଅବସର ନେବାକୁ କହିଛନ୍ତି। ସେ କହିଛନ୍ତି, ପୁଟିନଙ୍କ ପରିବାରରେ ଏହି ରୋଗର ଇତିହାସ ଅଛି ଏବଂ ଏହା ସ୍ପଷ୍ଟ ଯେ, ଜାନୁଆରୀରେ କିଛି ବଡ ଖବର ଆସିବାକୁ ଯାଉଛି।

 

 

 

You might also like