ଆଦିତ୍ୟ ଠାକ୍‌ରେଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରିୟା ଚକ୍ରବର୍ତ୍ତୀ, କହିଲେ…

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ମାମଲା  ଦିନକୁ ଦିନ ଯେତିକି ଜଟିଳ ହେଉଛି ସେତିକି ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ଏହି ଘଟଣାରେ ମୁମ୍ବାଇ ପୋଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଉଥିବାବେଳେ ଉଦ୍ଧବ ଠାକ୍‌ରେଙ୍କ ପ୍ରଶଂସା, ସିବିଆଇ ତଦନ୍ତକୁ ଉଦ୍ଧବ ସରକାରଙ୍କ ବିରୋଧ, ବିହାର ପୋଲିସକୁ ଅସହଯୋଗ…ଏସବୁକୁ ଦେଖିବା ପରେ ଉଦ୍ଧବ ଠାକ୍‌ରେଙ୍କ ପୁଅ ଆଦିତ୍ୟ ଠାକ୍‌ରେଙ୍କ ସଂପୃକ୍ତି ନେଇ ପ୍ରଶ୍ନ ଉଠିଥିଲା। ହେଲେ ଏପରି ସନ୍ଦେହ ଉପରୁ ପରଦା ହଟାଇଛନ୍ତି ନିଜେ ରିୟା।

ଆଦିତ୍ୟଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ରିୟା କହିଛନ୍ତି,  ଆଦିତ୍ୟ ଠାକ୍‌ରେଙ୍କ ସହ କେବେ ବି କଥା ହୋଇନାହାନ୍ତି। ଆଦିତ୍ୟଙ୍କୁ କେବେ ବି ଭେଟି ନାହାନ୍ତି। ନିଜ ଓକିଲଙ୍କ ଜରିଆରେ ବୟାନ ଜାରି କରି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁଶାନ୍ତ ସିଂ ରାଜପୁତଙ୍କ  ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତି।

ଆଦିତ୍ୟ ଠାକ୍‌ରେଙ୍କୁ ନେଇ ଉଠୁଥିବା ଚର୍ଚ୍ଚା ଓ ବିବାଦକୁ ଖଣ୍ଡନ କରିଛନ୍ତି। ତେବେ ସିବିଆଇ ମାମଲାର ତଦନ୍ତ କରୁ, ଏନେଇ କୌଣସି ଆପତ୍ତି ନଥିବା ରିୟା କହିଛନ୍ତି। ବିହାର ପୋଲିସ୍ ଯେଉଁ ଢଙ୍ଗରେ ତଦନ୍ତ କରୁଛି ତାକୁ ବିରୋଧ କରାଯାଇଥିବା ସେ କହିଛନ୍ତି। ତେବେ ସୁଶାନ୍ତଙ୍କ ପରିବାର ପକ୍ଷରୁ ଲଗାଯାଉଥିବା ଅଭିଯୋଗ ଭିତ୍ତିହୀନ ବୋଲି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରିୟା।

ତେବେ ଏଠି ପ୍ରଶ୍ନ ଉଠୁଛି ଯଦି, ସିବିଆଇ ତଦନ୍ତକୁ ବିରୋଧ କରୁନଥିଲେ ରିୟା, ତେବେ କାହିଁକି ସୁପ୍ରିମକୋର୍ଟରେ ଏନେଇ ବିରୋଧ କରିଥିଲେ ? ବିହାର ପୋଲିସ୍ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯିବାକୁ ନେଇ କାହିଁକି ଆପତ୍ତି ଉଠାଇଥିଲେ ?

ଅପରପକ୍ଷେ ସୁଶାନ୍ତଙ୍କ ୧୫ କୋଟି ଟଙ୍କା ହଡ଼ପ ମାମଲାରେ ଖୋଲତାଡ଼କୁ ଜୋରଦାର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ED  ସୁଶାନ୍ତଙ୍କ ବାପା, ଭଉଣୀଙ୍କୁ ଗତକାଲି ଦିଲ୍ଲୀରେ ପଚରାଉଚରା କରିଛି। ଟଙ୍କା ହଡ଼ପ ନେଇ ତଥ୍ୟ ଓ ସୁରାକ୍‌କୁ ଖୋଜୁଛି ଇଡି।ସେପଟେ ମାମଲାରେ ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଏମାନଙ୍କ ସୁରକ୍ଷା ଦାବି କରିଛନ୍ତି ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ତଥା ବିହାରର ବିଜେପି ବିଧାୟକ ନିରଜ କୁମାର॥ ଏନେଇ ସେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ବି ଜଣାଇବେ ବୋଲି କହିଛନ୍ତି।

You might also like