ଏମିତି ପ୍ରତିଶୋଧ, ପଦାକୁ ବାହାରିଲେ ଯୁଦ୍ଧ ମିଶାଇଲ୍‌ ଭଳି ମାଡ଼ି ଆସନ୍ତି କାଉ, ଗୋଡ଼ାଇ ଗୋଡ଼ାଇ ଖୁମ୍ପନ୍ତି

ଭୋପାଲ: ଶିବ କେୱଟ୍‌ ନାମକ ଜଣେ ଦିନ ମଜୁରିଆ ଘରୁ ବାହାରିଲା ମାତ୍ରେ ଆକାଶକୁ ଅନେଇ ଅନେଇ ରାସ୍ତା ଚାଲନ୍ତି। ସେ ସାବଧାନ ଥା’ନ୍ତି ଯେମିତି ତାଙ୍କ ଉପରେ ଆକାଶ ମାର୍ଗରୁ ଆକ୍ରମଣ ନହୁଏ। ଏହା ଦିନେ କିମ୍ବା ଦୁଇ ଦିନର କଥା ନୁହେଁ, ବର୍ଷ ବର୍ଷ ଧରି ଏଇ କାଉ ବାହିନୀ ତାଙ୍କୁ ଟାର୍ଗେଟ୍‌ କରି ଆସୁଛନ୍ତି। ବେଳେବେଳେ ଏକାକୀ ଲଢ଼ୁଆ କାଉ ତାଙ୍କୁ ଖୁମ୍ପି ଦେଇ ପଳାଇଥିବା ମଧ୍ୟ ତାଙ୍କର ଅନୁଭୂତି ରହିଛି।

ବିଶ୍ୱାସ ନ ହେଉଥିଲେ ବି କଥା ଟା ସତ।  ଶିବ ପ୍ରତିଦିନ ଘରୁ ବାହାରିବା ମାତ୍ରେ ଏଭଳି ଆକାଶ ମାର୍ଗରୁ ଆକ୍ରମଣର ମୁକାବିଲା କରନ୍ତି। ଆଉ ଏହି ଦୃଶ୍ୟ ସ୍ଥାନୀୟ ଲୋକଙ୍କ ପାଇଁ ମଜାଦାର କଥାବସ୍ତୁ ପାଲଟିଛି। ଏଥିପାଇଁ ସେମାନେ ମଧ୍ୟ ଶିବଙ୍କ ଚାହିଁବସିଥାନ୍ତି ଯେ ସେ କେତେବେଳ ଘରୁ ବାହାରିବାକୁ ବାହାରିବେ।

ଏହା ପଛର କାରଣ ଆହୁରି ଦୁଃଖଦାୟକ। ତିନି ବର୍ଷ ତଳେ ତାର ଜାଲରେ ଫଶିଯାଇଥିବା ଏକ କାଉ ଛୁଆକୁ ଉଦ୍ଧାର କରିବାର ପ୍ରୟାସ କରିଥିଲେ ଶିବ। କିନ୍ତୁ ଦୁଃଖର କଥା ହେଉଛି ତାଙ୍କ ହାତରେ ହିଁ କାଉଟି ମରିଯାଇଥିଲା। ଏହା ଅନ୍ୟ ସାଥି କାଉଙ୍କୁ ଜଣାଇବା ପାଇଁ  ଶିବ କେୱଟ୍ କାଉ ଛୁଆଟିକୁ ତାରରୁ କାଢ଼ି ଆଣି ତାକୁ ହାତରେ ଧରି ବୁଲିଥିଲେ। କିନ୍ତୁ କାଉମାନେ ସମ୍ଭବତଃ ଭାବିଥିଲେ ଯେ ଏ ଲୋକ ହିଁ ମାରିଦେଇଛି ତାଙ୍କ ଜାତଭାଇକୁ। ଆଉ ସେହିଦିନଠାରୁ କାଉଙ୍କ ଆଖିରେ ହତ୍ୟାକାରୀ ପାଲଟିଗଲେ ଶିବ କେୱଟ୍‌।

ତେବେ କାଉ ହତ୍ୟାକାରୀ ଦୋଷ ବୋହି ଚାଲୁଥିବା ଶିବଙ୍କ ମନରେ କିନ୍ତୁ ଭାରି ଦୁଃଖ। ଯଦି ତାଙ୍କ କଥା କାଉମାନେ ବୁଝିପାରୁଥା’ନ୍ତେ ତେବେ ସେ ତାଙ୍କୁ ବୁଝାଇ ଦିଅନ୍ତେ ଯେ ସେ ତାଙ୍କ ଜାତିଭାଇକୁ ମାରିନାହାନ୍ତି। ଏଥିରେ ତାଙ୍କର କିଛି ଦୋଷ ନାହିଁ। ବରଂ ସେ କାଉଟିକୁ ବଞ୍ଚାଇବାକୁ ଯାଇ ଏପରି ଘଟିଛି। କିନ୍ତୁ ତାଙ୍କ କଥା ଶୁଣିବ ବା କିଏ ?

ତେଣୁ କାଉଙ୍କ ଆକ୍ରମଣରୁ ନିଜକୁ ସୁରକ୍ଷା ଦେବାକୁ ସେ ବାଡ଼ି ଖଣ୍ଡେ ଧରି ବୁଲୁଛନ୍ତି। ହାତରେ ବାଡ଼ିଟିଏ ଧରି ବୁଲୁଥିଲେ ବି ଶିବ କେବେ ବି କାଉଙ୍କୁ ଆକ୍ରମଣ କରିନାହାନ୍ତି। 

ଗାଁ ଲୋକେ କୁହନ୍ତି, ଏହା ପରଠାରୁ ଶିବଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। କାଉ ବାହିନୀଙ୍କ ଆକ୍ରମଣରେ ସେ ଅନେକ ଥର ଆହତ ମଧ୍ୟ ହୋଇଛନ୍ତି। ଶିବ ବାହାରକୁ ବାହାରିଲା ମାତ୍ରେ କା କା ରାବ କରି ଶତ୍ରୁର ଯୁଦ୍ଧ ବିମାନ ଭଳି ମାଡ଼ି ଆସନ୍ତି କୁଆ। ଆଉ ଟାଣୁଆ ଥଣ୍ଟରେ ଖୁମ୍ପି ଦେଇ ପୁଣି ଉଡ଼ି ଯାଆନ୍ତି। ଶିବ ନିର୍ଦ୍ଦୋଷ ବୋଲି  କିଏ ବୁଝାଇବା ତାଙ୍କୁ। କେବେ ଶାନ୍ତ ହେବ କାଉ କ୍ରୋଧ। ସେଇ ଦୁଃଖରେ ଅଛନ୍ତି ଶିବ କେୱଟ୍।  

ଆହୁରି ପଢ଼ନ୍ତୁ

ବୃଦ୍ଧ ଦମ୍ପତିଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ଭିଜିଲାନ୍ସ ସ୍କାନରରେ ଅଧ୍ୟାପକ

Corona Update In Odisha: ଆଜି ୨ ହଜାର ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଗୋଟିଏ ବଳଦ ପାଇଁ ସଡ଼ୁକୁ ପିଟିପିଟି ମାରିଦେଲା ସଡ଼ୁ

ଭାଇ ଓ ଭଉଣୀଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଭାସିଗଲା ଦେଢ କିଲୋ ସୁନା

କରୋନା ସଂକ୍ରମଣ ରୋକିବାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚିନ୍ତାଜନକ ତଥ୍ୟ

ଆସିଗଲା ମେଡ୍‌ ରୋବୋ: ଆଉ ବାରମ୍ବାର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବେନି ଡାକ୍ତର

ଫେରୁଛି ଚେନ୍ନାଇର ଚମକ, ହାଇଦ୍ରାବାଦକୁ ହରାଇ ତୃତୀୟ ଥର ବିଜୟ ହାସଲ କଲା ଧୋନି ବାହିନୀ

ଗୋଟେ ଘଣ୍ଟାରେ ୩୩ପ୍ରକାର ଖାଦ୍ୟ କରି ରେକର୍ଡ କଲେ ୧୦ବର୍ଷର ଝିଅ

You might also like