ଇଞ୍ଜିନିୟରଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାସ୍‌, ରଚା ଯାଇଥିଲା ଏମିତି ଷଡ଼ଯନ୍ତ୍ର

ଝାରସୁଗୁଡ଼ା: ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଅପହରଣ ମାମଲାର ପର୍ଦ୍ଦାଫାସ ହୋଇଛି। ପ୍ରତିଶୋଧ ପରାୟଣ ହୋଇ ଏହି ଅପହରଣ କରାଯାଇଥିବା ନେଇ ପୋଲିସ୍‌ କହିଛି। ଏହି ଘଟଣାରେ ୮ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ ମାମଲା ଉପରୁ ପରଦା ହଟିଛି।

ସୂଚନା ଅନୁସାରେ, ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ପିଅନ ଅଫିସ୍‌ରେ ନ ଜଣାଇ ଅନେକ ସମୟରେ ଅନୁପସ୍ଥିତ ରହୁଥିଲେ। ଏହି କାରଣରୁ ତାଙ୍କ ବିରୋଧରେ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ପିଅନଙ୍କ ୨ ପୁଅ ଶିବ ତାଣ୍ଡି ଓ ତୋଫାନ ତାଣ୍ଡିଙ୍କ ସହ ଅନ୍ୟ ସମ୍ପର୍କୀୟମାନେ ମିଶି ଏହି ଷଡ଼ଯନ୍ତ୍ର କରିଥିଲେ।

ଗତ ୬ ତାରିଖ ବିଳମ୍ବିତ ରାତିରେ ମନୋରଞ୍ଜନଙ୍କ ଝାରସୁଗୁଡା ସ୍ଥିତ କ୍ୱାର୍ଟର୍ସରୁ ବନ୍ଧୁକ ମୁନ୍‌ରେ ମନୋରଞ୍ଜନଙ୍କୁ ବୋଲେରୋରେ ଅପହରଣ କରି ନେଇଥିଲେ। ତାଙ୍କ ନିକଟରୁ ଟଙ୍କା, ସୁନା ଚେନ୍ ଛଡ଼ାଇ ନେବା ସହ ଧମକ ମଧ୍ୟ ଦେଇଥିଲେ। ଅପହରଣ ପର ଦିନ ଅର୍ଥାତ୍‌ ୭ ତାରିଖ ଦିନ ମନୋରଞ୍ଜନଙ୍କୁ ଅପହରଣକାରୀମାନେ କେସିଙ୍ଗାରେ ଛାଡ଼ି ଦେଇଥିଲେ।

ଏ ସଂକ୍ରାନ୍ତରେ ଝାରସୁଗୁଡା ଟାଉନ୍ ଥାନାରେ ଅପହରଣ ମାମଲା ରୁଜୁ ହୋଇଥିଲା। ପୋଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସୁନା ଚେନ୍ କିଣିଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି।

ଆହୁରି ପଢ଼ନ୍ତୁ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

You might also like