• translate
Minati Mishra

ଭୁବେନଶ୍ୱର: ୫ମ ପାଳି ଶାସନ ଦାୟିତ୍ୱ ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୧୦୯ ନିର୍ବାଚନରେ ବିପୁଳ ବହୁମତ ପାଇ ବିଜୟୀ ହେବା ପରେ ଆଜି ନଜର ନୂଆ ଟିମ୍‌ ସହ ଶପଥ ଗ୍ରହଣ କରିଛନ୍ତି।

ନୀବନଙ୍କ ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି। କାରଣ ଅନେକ ପୁରୁଣାଙ୍କୁ ହଟେଇ ନୂଆ ମୁହଁକୁ ଏହି ଟିମ୍‌ରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ନୂଆ ମୁହଁ ମଧ୍ୟରେ ଅଛନ୍ତି କାକାଟପୁର ବିଧାୟକ ତୁଷାରକାନ୍ତି ବେହେରା ଓ କୋଟପାଡ ବିଧାୟକ ପଦ୍ମିନୀ ଦିଆନ ।

ଦୁହେଁ ନୂଆ ମୁହଁ। ତୁଷାରକାନ୍ତି ବିଜେପି ଛାଡି ଏଥର ବିଜେଡିରେ ସାମିଲ ହୋଇଥିଲେ। ଏପରିକି ବିଜେପି ଟିକଟ ପାଇଲା ପରେ ଶେଷ ମୁହୂର୍ତ୍ତରେ ତାହାକୁ ଫେରାଇ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ।

କାକଟପୁର ବିଧାନସଭା ଆସନରୁ ବିଜେପିକୁ ହରାଇ ଜିତିଥିବାରୁ ବୋଧହୁଏ ମୁଖ୍ୟମନ୍ତ୍ରୀ ଖୁସି ହୋଇ ତାଙ୍କ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ପଦ ଦେଇଛନ୍ତି। ଯାହା ବି ହେଉ, ଆଜି ମନ୍ତ୍ରୀପଦର ଶପଥ ନେବା ପରେ ବେଶ  ଖୁସି ଅଛନ୍ତି ତୁଷାର।

ଏଥିପାଇଁ ସେ ପ୍ରଥମେ ମୁଖ୍ୟମନ୍ତ୍ରୀ ନିକଟରେ ଏବଂ କାକଟପୁର ଅଞ୍ଚଳବାସୀଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି। କାମ ପ୍ରତି ତାଙ୍କର କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟବୋଧ, କର୍ତ୍ତବ୍ୟନିଷ୍ଠା ରହିଛି। ତେଣୁ ଯେ କୌଣସି ବିଭାଗ ତାଙ୍କୁ ଦିଆଯିବ ସେ ଠିକ୍‌ ଭାବେ ତାହାକୁ ତୁଲାଇ ପାରିବେ ବୋଲି କହିଛନ୍ତି।

ସେହିପରି କୋଟପାଡ ବିଧାୟିକା ପଦ୍ମିନୀ ଦିଆନ ପାଇଛନ୍ତି ରାଷ୍ଟ୍ରପାହ୍ୟା ମନ୍ତ୍ରୀ ପଦ। ଆଜି ଶପଥଗ୍ରହଣ ସମାରୋହରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ନୂଆ କରି ବିଧାନସଭାକୁ ଆସିଛନ୍ତି। ଆସୁ ଆସୁ ପୁଣି ମନ୍ତ୍ରୀ ପଦ। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି। ତାଙ୍କର ଏହି ସଫଳତା ପାଇଁ କୋରାପୁଟବାସୀ ତଥା କୋଟପାଡବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଯେଉଁ କାର୍ଯ୍ୟ ଦିଆଯିବ ତାହା ସେ ତୁଲାଇବେ ବୋଲି କହିଛନ୍ତି।

 

Other Stories