RBIରେ ଖାଲି ପଡ଼ିଥିବା ଏକାଧିକ ପଦବୀ ପାଇଁ ବିଜ୍ଞପ୍ତ ଜାରି; ତୁରନ୍ତ ଆବେଦନ କରନ୍ତୁ
ଭୁବନେଶ୍ୱର: ଦ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ରେ ଚାକିରି କରିବା ପାଇଁ ଆଶା ରଖିଥିବା ପ୍ରାର୍ଥୀଙ୍କ ଲାଗି ସୁବର୍ଣ୍ଣ ସୁଯୋଗ ! RBI ପକ୍ଷରୁ ଖାଲି ପଡ଼ିଥିବା ଏକାଧିକ ପଦବୀ ପାଇଁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଆଗ୍ରହୀ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ।
ଆରବିଆଇରେ ଆସିଷ୍ଟାଣ୍ଟ ମ୍ୟାନେଜର, ଲିଗାଲ ଅଫିସର, ମ୍ୟାନେଜର ଟେକ୍ନିକାଲ ସିଭିଲ, ଆସିଷ୍ଟାଣ୍ଟ ମ୍ୟାନେଜର ପ୍ରୋଟୋକଲ ଏବଂ ସିକ୍ୟୁରିଟି ଅଫିସ ପଦ ଖାଲି ପଡ଼ିଛି। ଏହି ପଦବୀ ପାଇଁ ଆବଶ୍ୟକ ଯୋଗ୍ୟତା ଥିବା ପ୍ରାର୍ଥୀ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଆବେଦନ କରିପାରିବେ।
ଖାଲି ପଡ଼ିଥିବା ପଦବୀ ସଂଖ୍ୟା ଓ ବିବରଣୀ
ଆସିଷ୍ଟାଣ୍ଟ ମ୍ୟାନେଜର (Official Language)-୧୨
ଲିଗାଲ ଅଫିସର (ଗ୍ରେଡ୍ ବି)-୧୧
ମ୍ୟାନେଜର (ଟେକ୍ନିକାଲ ସିଭିଲ)-୧
ଆସିଷ୍ଟାଣ୍ଟ ମ୍ୟାନେଜର (ପ୍ରୋଟୋକଲ ଏବଂ ସିକ୍ୟୁରିଟି)-୫
ପ୍ରାର୍ଥୀ ୱେବସାଇଡ ଲିଙ୍କ ଖୋଲି ଆବେଦନପତ୍ର ରେଜିଷ୍ଟ୍ରସନ କରିପାରିବେ ଏବଂ ଫି’ ଭରି ପାରିବେ।
ଆବେଦନର ଶେଷ ତାରିଖ
ଫେବ୍ରୁଆରୀ ୨୩ ତାରିଖରୁ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଆବେଦନର ଶେଷ ତାରିଖ ୨୧ ମାର୍ଚ୍ଚ ୨୦୨୧ ରହିଛି। ମାର୍ଚ୍ଚ ୨୧ ସନ୍ଧ୍ୟା ୬ଟା ପୂର୍ବରୁ ପ୍ରାର୍ଥୀମାନେ ଆବେଦନପତ୍ର ରେଜିଷ୍ଟ୍ରେସନ କରିପାରିବେ।
ପରୀକ୍ଷା ତାରିଖ-ଏପ୍ରିଲ ୧୦, ୨୦୨୧
ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ନିଶ୍ଚିତ ଭାବେ ଭାରତୀୟ ନାଗିରିକ ହୋଇଥିବେ । ନେପାଳ ଓ ଭୁଟାନ୍ର ଆଶାୟୀ ପ୍ରାର୍ଥୀ ଏଠରେ ରହୁଥିଲେ କିମ୍ବା ପଢୁଥିଲେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ସେହିପରି ତିବ୍ବତିଆନ ରିଫ୍ୟୁଜି ଯେଉଁମାନେ ୧୯୬୨ ଜାନୁଆରୀ ୧ ତାରିଖ ପୂର୍ବରୁ ଭାରତରେ ସ୍ଥାୟୀ ଭାବେ ବସବାସ କରୁଥିବେ, ସେମାନେ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିପାରିବେ।
ଅନ୍ୟପକ୍ଷେ ଭାରତୀୟ ବଂଶୋଦ୍ଭବ ଯେଉଁମାନେ କି ପାକିସ୍ତାନ, ବର୍ମା, ଶ୍ରୀଲଙ୍କା, ପୂର୍ବ ଆଫ୍ରିକୀୟ ଦେଶ କେନିଆ, ଉଗାଣ୍ଡା, ୟୁନାଇଟେଡ ରିପବ୍ଲିକ ତାଞ୍ଜାନିଆ, ମାଲାୱି, ଜାଇରେ, ଇଥିଓପିଆ,ଜାମ୍ବିଆ ଏବଂ ଭିଏତନାମରେ ରହୁଥିବେ ଏବଂ ଭାରତରେ ସ୍ଥାୟୀଭାବେ ରହିବାର ଲକ୍ଷ୍ୟ ରଖିଥିବେ, ସେମାନେ ମଧ୍ୟ ଆବେଦନ କରିପାରିବେ।
ମୋବାଇଲ ଫୋନ ଏବଂ ଅନ୍ୟ ଇଲେକ୍ଟ୍ରୋନିକ ଡିଭାଇସ୍ ଉପରେ କଟକଣା
ପରୀକ୍ଷା ଦେବାବେଳେ ପ୍ରାର୍ଥୀ ନିଜ ସହ ମୋବାଇଲ ଫୋନ ନେଇ ପାରିବେ ନାହିଁ। ଏପରିକି ସୁଇଜ୍ ଅଫ୍ ମୋଡରେ ଥିବା ଫୋନ ଉପରେ ବି କଟକଣା ଜାରି କରାଯାଇଛି। ଏଥିସହିତ ପ୍ରାର୍ଥୀ ପରୀକ୍ଷା ସମୟରେ କୌଣସି ଇଲେକ୍ଟ୍ରୋନିକ ସାମଗ୍ରୀ କିମ୍ବା ପ୍ରୋଗ୍ରାମ ଡିଭାଇସ୍, କାଲ୍କୁଲେଟର, ପେନ ଡ୍ରାଇଭ, ସ୍ମାର୍ଟ ୱାଚ୍, କ୍ୟାମେରା, ଭଏସ୍ ଆସିଷ୍ଟାଣ୍ଟ, ବ୍ଲୁ ଟୁଥ୍ ଡିଭାଇସ (ସୁଇଜ ଅନ୍/ ଅଫ୍ ମୋଡ) ନିଜ ପାଖରେ ରଖି ପାରିବେ ନାହିଁ।
ନିଜ ସୁରକ୍ଷା ଦୃଷ୍ଟିରୁ ଏସବୁ ଜିନିଷ ପରୀକ୍ଷା କେନ୍ଦ୍ରକୁ ନ ଆଣିବା ପାଇଁ ପ୍ରାର୍ଥୀଙ୍କୁ କୁହାଯାଇଛି ।
ପରୀକ୍ଷା ବିଷୟରେ ସବିଶେଷ ତଥ୍ୟ ଜାଣିବାକୁ ଚାହୁଁଥିଲେ RBIର ଅଫିସିଆଲ ୱେବ ସାଇଡ୍କୁ ଯିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ଅନୁରୋଧ କରାଯାଇଛି। ଅଫିସିଆଲ ୱେବସାଇଡକୁ ଯିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।