ସ୍ୱାମୀଙ୍କ ସମ୍ପର୍କରେ ବିଗ୍ ବସ୍ରେ ବଡ଼ ଖୁଲାସା କଲେ ରାକ୍ଷୀ
ମୁମ୍ବାଇ: ସବୁବେଳେ ନିଜର ଅଜବ ପ୍ରକାରର କାରନାମାକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ପୁଣି ଚର୍ଚ୍ଚାରେ। ଏବେ ବିଗ୍ ବସ୍ ୧୪ରେ ରାକ୍ଷୀଙ୍କୁ ଦେଖିବାକୁ ମିଳିଛି। ରାକ୍ଷୀଙ୍କର ହଠାତ୍ ବିବାହ ସମସ୍ତଙ୍କୁ ଆଚମ୍ବିତ କରି ଦେଇଥିବା ବେଳେ ସେ କାହାକୁ ବିବାହ କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ରାକ୍ଷୀ ତାଙ୍କ ସ୍ୱାମୀଙ୍କ ଗୋଟିଏ ହେଲେ ବି ଫଟୋ ଶେଆର୍ କରି ନାହାନ୍ତି। ରାକ୍ଷୀଙ୍କ କହିବା କଥା ତାଙ୍କ ସ୍ୱାମୀ ରିତେଶ୍ ୟୁକେର ଜଣେ ବିଜ୍ନେସ୍ମ୍ୟାନ୍। ଏସବୁ ଭିତରେ ସ୍ୱାମୀଙ୍କୁ ନେଇ ରାକ୍ଷୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି।
ବିଗ୍ ବସ୍ ୧୪ର ଅପ୍କମିଂ ଏପିସୋଡ୍ରେ ରାକ୍ଷୀ ତାଙ୍କ ସ୍ୱାମୀଙ୍କ ସମ୍ପର୍କରେ ଖୁଲାସା କରିବା ସହ ତାଙ୍କ ମା’ କାହିଁକି ଅସୁସ୍ଥ ଅଛନ୍ତି ସେସମ୍ପର୍କରେ ରାକ୍ଷୀ କହୁଥିବା ଦେଖିବାକୁ ମିଳିଛି। ବିଗ୍ବସ୍ ୧୪ର ଏହି ଲାଟେଷ୍ଟ୍ ପ୍ରୋମୋରେ ଦେଖିବାକୁ ମିଳିଛି, ରାକ୍ଷୀ କାନ୍ଦୁଛନ୍ତି ଓ ରାହୁଲ ବୈଦ୍ୟା ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି। କାହିଁକି ସେ କାନ୍ଦୁଛନ୍ତି ? ଏକଥା ରାକ୍ଷୀଙ୍କୁ ରାହୁଲ ପଚାରିବାରୁ ସେ କହିଛନ୍ତି, ‘ମୋ ସ୍ୱାମୀ ବିବାହିତ।’ ଯାହା ଶୁଣି ରାହୁଲ ମଧ୍ୟ ଚକିତ ହୋଇଯାଇଛନ୍ତି।
ରାକ୍ଷୀ ଆହୁରି କହିଛନ୍ତି, ‘ତାଙ୍କର(ସ୍ୱାମୀ) ଗୋଟିଏ ଛୁଆ ମଧ୍ୟ ଅଛି। ଏସବୁ କଥା ଭାବି ଭାବି ମୋ ମା’ ଅସୁସ୍ଥ ହୋଇପଡ଼ିଛନ୍ତି।’ ରାକ୍ଷୀଙ୍କ ଏକଥା ଶୁଣି ରାହୁଲ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ରାକ୍ଷୀ ଜୋରରେ କାନ୍ଦୁଥିବା ଦେଖିବାକୁ ମିଳିଛି।
View this post on Instagram
ରାକ୍ଷୀ ଓ ଅଭିନବ ଶୁକ୍ଲାଙ୍କ ମଧ୍ୟରେ ଝଗଡ଼ା ଚାଲିଥିବା ବିଗ୍ ବସ୍ର ଆଉ ଏକ ପ୍ରୋମୋରେ ଦେଖିବାକୁ ମିଳିଛି। ଯେଉଁଥିରେ ରାଗିଯାଇ ଅଭିନବଙ୍କ ପତ୍ନୀ ରୁବିନା ଦିଲାଇକ ରାକ୍ଷୀଙ୍କ ଉପରେ ବାଲ୍ଟିରେ ପାଣି ଆଣି ଢାଳି ଦେଉଥିବା ନଜର ଆସୁଛି।
View this post on Instagram
ବିଗ୍ ବସ୍ ହାଉସ୍ରେ ଅଭିନବଙ୍କ ପ୍ରତି ଥିବା ନିଜର ଭଲ ପାଇବାକୁ ରାକ୍ଷୀ ପରି ପ୍ରକାଶ କରିଥିଲେ। ଏହାପରେ ସେ ବିଗ୍ ବସ୍ ହାଉସ୍ରେ ଏମିତି ହର୍କତ୍ କରିବା ଆରମ୍ଭ କରି ଦେଇଥିଲେ, ଯାହାକୁ ନେଇ ଅଭିନବ ନିଜେ ମଧ୍ୟ ବିରକ୍ତି ଭାବ ପ୍ରକାଶ କରିଥିଲେ।
୨୦୧୯ ଜୁଲାଇ ୨୮ରେ ରାକ୍ଷୀ ବିବାହ କରିବା ସହ ବଧୂ ବେଶରେ ସୋଶାଲ୍ ମିଡିଆରେ ଫଟୋ ଶେଆର କରିଥିଲେ। ହେଲେ ଏପର୍ଯ୍ୟନ୍ତ ସେ ତାଙ୍କ ସ୍ୱାମୀଙ୍କର ଗୋଟିଏ ହେଲେ ବି ଫଟୋ ଶେଆର୍ କରି ନାହାନ୍ତି। ରାକ୍ଷୀଙ୍କ କହିବା କଥା ତାଙ୍କ ସ୍ୱାମୀ ରିତେଶ୍ ୟୁକେର ଜଣେ ବିଜ୍ନେସ୍ମ୍ୟାନ୍। ସେ ମିଡିଆ ଓ ଲାଇମ୍ଲାଇଟ୍ଠୁ ଦୂରରେ ରହିବାକୁ ଚାହାନ୍ତି। ଏଥିପାଇଁ ସେ କ୍ୟାମେରା ସାମ୍ନାକୁ ଆସିବାକୁ ଚାହୁଁ ନାହାନ୍ତି ବୋଲି ପୂର୍ବରୁ ରାକ୍ଷୀ କହିଥିଲେ। ସେ ତାଙ୍କ ସ୍ୱାମୀଙ୍କ ସହ ବହୁତ ଖୁସିରେ ଅଛନ୍ତି ଓ ସେ ତାଙ୍କୁ ବହୁତ ଭଲ ପାଆନ୍ତି ବୋଲି ମଧ୍ୟ ରାକ୍ଷୀ କହିଥିଲେ।