ବର୍ଷା ସହ ଝଡ଼ତୋଫାନ ସମ୍ଭାବନା; ୧୬ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆଜି ରାଜ୍ୟର କିଛି ଅଞ୍ଚଳରେ ଝଡ଼ତୋଫାନ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ,କନ୍ଧମାଳ, ବରଗଡ଼, ନୂଆପଡ଼ା, ଅନୁଗୁଳ,ଢେଙ୍କାନାଳ,କେନ୍ଦୁଝର,ମୟୂରଭଞ୍ଜ, ଦେବଗଡ଼, କଳାହାଣ୍ଡି ଓ ସୋନପୁର ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଆଜି ଦିନ ୧୦ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

You might also like