ବାୟୁସେନାରେ ସାମିଲ ହେଲା ‘ରାଫେଲ’

ନୂଆଦିଲ୍ଲ: ପୂର୍ବ ଲଦାଖ ଅଞ୍ଚଳରେ ସୀମା ବିବାଦକୁ ନେଇ ଚୀନ-ଭାରତ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏପରି ପରିସ୍ଥିତିରେ ରାଫେଲ ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରାଯାଇଛି। ୫ଟି ରାଫେଲ ଲଢୁଆ ଯୁଦ୍ଧ ବିମାନକୁ ଗୁରୁବାର ହରିୟାଣାର ଅମ୍ବାଲା ଏୟାରବେସରେ ଔପଚାରିକ ଭାବେ ବାୟୁସେନାର ଏକ ସ୍ୱତନ୍ତ୍ର ଉତ୍ସବରେ ସାମିଲ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଫ୍ରାନ୍ସ ପ୍ରତିରକ୍ଷା ଫ୍ଲୋରେନ୍ସ ପାର୍ଲେ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସିଡିଏସ୍‌ ବିପିନ୍‌ ରାୱତ ଓ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ମଧ୍ୟ ଉପସ୍ଥିତ ଥିଲେ।

ସର୍ବଧର୍ମ ପୂଜା କରିବା ପରେ ସେଭେଣ୍ଟିନ୍‌ ସ୍କ୍ୱାର୍ଡନ ଗୋଲଡେନ୍‌ ଆରୋଜ୍‌ରେ ଲଢୁଆ ଯୁଦ୍ଧ ବିମାନ ରାଫେଲର ଗୃହ ପ୍ରବେଶ ହୋଇଛି। ଏହି ଅବସରରେ ଆକାଶରେ ରାଫେଲର ଦକ୍ଷତା ପ୍ରଦର୍ଶନ କରାଯାଇଥିଲା। ସୂଚନାଥାଉ କି, ପ୍ରଥମ ପର୍ଯ୍ୟାୟରେ ବାୟୁସେନାରେ ୫ଟି ରାଫେଲକୁ ସାମିଲ କରାଯାଇଛି। ୨୦୨୧ ସୁଦ୍ଧା ଫ୍ରାନ୍ସ ୩୬ଟି ରାଫେଲ ଯୋଗାଇ ଦେବ। ଏଥିପାଇଁ ଭାରତ ୫୯ କୋଟି ଟଙ୍କାର ଚୁକ୍ତି ହୋଇଛି।

ତେବେ କ’ଣ ଏହି ରାଫେଲର ବିଶେଷତ୍ୱ ?

-ରାଫେଲ ଚତୁର୍ଥ ପୀଢିର ଫାଇଟର‌୍ ଜେଟ୍‌ ଅଟେ। ଗ୍ରାଉଣ୍ଡ ସପୋର୍ଟ, ଡେପ୍‌ଥ ଷ୍ଟ୍ରାଇକ୍‌ ଏବଂ ଆଣ୍ଟିସିପ୍‌ ଆଟାକ୍‌ କରିବାରେ ସକ୍ଷମ ଅଟେ। ଏହା ଅତି ଛୋଟ ନ୍ୟୁକ୍ଲିୟର ହତିଆରକୁ ନେବାରେ ସକ୍ଷମ ଅଟେ। ରାଫେଲ ୯୫୦୦ କିଲୋଗ୍ରାମ୍‌ ଭାର ବି ଉଠାଇବାରେ ସକ୍ଷମ।

-ରାଫେଲ୍‌ ବିମାନର ନିର୍ମାଣ ଫ୍ରାନ୍ସର କମ୍ପାନୀ ଦସାଲ୍‌ଟ ଏବିଏସନ କରିଛି। ବାୟୁସେନା ପ୍ରବକ୍ତା ବିଗ୍‌ କମାଣ୍ଡର ଇନ୍ଦ୍ରନୀଳ ନନ୍ଦି କହିଛନ୍ତି, ରାଫେଲ ବିମାନକୁ ୧୭-ସ୍କ୍ୱାର୍ଡନରେ ସାମିଲ କରାଯାଇଛି। ଯାହା ଅତିବେଶୀରେ ୨୪, ୫୦୦ କିଲୋଗ୍ରାମ ଓଜନ ଅସ୍ତ୍ରଶସ୍ତ୍ର ସହ ଉଡ଼ାନ ଭରି ପାରିବ।

-ଗୋଟିଏ ଥରକରେ ଏହି ଜେଟ୍‌ ୩୭୦୦ କିମି ଯାତ୍ରା କରିପାରେ। ଏହା ଆକାଶରୁ ଆକାଶ ଏବଂ ଭୂପୃଷ୍ଠକୁ ନିକ୍ଷେପ କରିପାରେ।

-ଏହା ୩୦୦ କିମି ଦୂରରୁ ଲକ୍ଷ୍ୟ ଭେଦ କରିପାରିବ।

-ଅମ୍ବାଲାରେ ଥିବା ରାଫେଲ ପାକିସ୍ତାନ ପାଇଁ ସବୁବେଳେ ପ୍ରସ୍ତୁତ ହୋଇ ରହିବ।

ଆହୁରି ପଢ଼ନ୍ତୁ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

ରାସ୍ତାକଡ଼ରେ କାର୍‌‌ ରଖି ବିଷ ପିଇ ଦେଲେ ରାଜନେତା

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ଭାରତରେ ୩ କରୋନା ଭ୍ୟାକ୍‌ସିନ୍‌ କ୍ଲିନିକାଲ୍‌ ଟ୍ରାଏଲ୍‌ ଷ୍ଟେଜ୍‌ରେ

‘ସଫଳ ହେବନି ଡ୍ରାଗନର ଚାଲ୍’

ସଂସଦରେ ଉଠିଲା ବଲିଉଡର ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ

୨୪ ଘଣ୍ଟାରେ ଓଡ଼ିଶାରେ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ଆଜି ସର୍ବାଧିକ ୪,୧୯୮ କରୋନା ଆକ୍ରାନ୍ତ‌ ଚିହ୍ନଟ

You might also like