ରାଫେଲ ପାଇଁ ମଧ୍ୟସ୍ଥିଙ୍କୁ କାହିଁକି ଏତେ ଟଙ୍କା ଦେଇଥିଲା ‘ଦାସଲ୍ଟ’?

ଉତ୍ତର ଦେଇପାରୁନାହିଁ ‘ଦାସଲ୍ଟ

ନୂଆଦିଲ୍ଲୀ: ରାଫେଲକୁ ନେଇ ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ। କହିବାକୁ ଗଲେ  ଭାରତ ଓ ଫ୍ରାନ୍ସ ମଧ୍ୟରେ ୨୦୧୬-୧୭ରେ ହୋଇଥିବା ରାଫେଲ୍ ଚୁକ୍ତିକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । ରାଫେଲ ତିଆରି କରିଥିବା କମ୍ପାନୀ ‘‘ଦାସଲ୍ଟ’ ଜଣେ ଭାରତୀୟ ମଧ୍ୟସ୍ଥିଙ୍କୁ ଏକ ମିଲିୟନ ୟୁରୋ ଉପହାର ଭାବେ ପ୍ରଦାନ କରିଥିବା ଫ୍ରାନ୍ସର ଏକ ପବିକ୍ଲେସନ ଦାବି କରିଛି । ତେବେ ଏହା ଜଣାପଡିବା ପରେ ଫ୍ରାନ୍ସଠାରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ଜୋରଧରିଛି ରାଜନୀତି।

‘ମିଡିଆପୋର୍ଟ’ ନିଜର ଏକ ରିପୋର୍ଟରେ ଦାବି କରିଛି ଯେ, ୨୦୧୬ରେ ରାଫେଲ୍ ଚୁକ୍ତି ହୋଇଥିଲା । ଏହାପରେ ‘‘ଦାସଲ୍ଟ’ ଭାରତରେ ଜଣେ ମଧ୍ୟସ୍ଥିଙ୍କୁ ୧ ମିଲିୟନ ୟୁରୋ ପ୍ରଦାନ କରିଥିଲା । ୨୦୧୭ରେ ‘‘ଦାସଲ୍ଟ’ ଗ୍ରୁପ ଆକାଉଣ୍ଟରୁ ୫୦୮୨୯୫ ୟୁରୋ ଗିଫ୍ଟ ଟୁ କ୍ଲାଏଣ୍ଟସ ନାଁରେ ଟ୍ରାନ୍ସଫର ହୋଇଥିଲା ବୋଲି ସଂପୃକ୍ତ ସଂସ୍ଥା ଦାବି କରିଛି। ତେବେ ଏହି ଘଟଣାର ଖୁଲାସା ପରେ ‘‘ଦାସଲ୍ଟ’ ସଫେଇ ଦେଇଛି ଯେ, ଟଙ୍କା କାରବାର ରାଫେଲର ୫୦ଟି ଲଢୁଆ ବିମାନ ମଡେଲ ତିଆରି ପାଇଁ ହୋଇଥିଲା । ପ୍ରକୃତରେ କିନ୍ତୁ ଏପରି କୌଣସି ମଡେଲ ତିଆରି ହୋଇନାହିଁ । ଏହାପୂର୍ବରୁ ମଧ୍ୟ ୨୦୧୮ରେ ପାରାକୁଏଟ୍ ନ୍ୟାଶନାଲ ଫାଇନାନ୍ସର ନାମକ ଏକ ଏଜେନ୍ସି ଏହି ଚୁକ୍ତିରେ କିଛି ଦୁର୍ନୀତି ହୋଇଥିବା ବି କହିଥିଲା । ଏହାପରେ ଅଡିଟ୍ ହେବା ପରେ ସମସ୍ତ ମାମଲା ସାମ୍ନାକୁ ଆସିଥିଲା ।

ରାଫେଲକୁ ନେଇ ହେଉଥିବା  ଅଭିଯୋଗର କୌଣସି ଉତ୍ତର ‘‘ଦାସଲ୍ଟ’ ପାଖରେ ବି ନାହିଁ । କମ୍ପାନୀ ଅଡିଟ୍ ଏଜେନ୍ସିକୁ ମଧ୍ୟ କୌଣସି ଇତ୍ତର ଦେଇପାରିନଥିବା ସୂଚନା ମିଳିଛି । କ’ଣ ପାଇଁ ଏହି ଉପହାର ରାଶି ପ୍ରଦାନ କରାଯାଇଥିଲା ତାହା ମଧ୍ୟ କମ୍ପାନୀ କହିନାହିଁ । ସୂଚନାଯୋଗ୍ୟ, ୨୦୧୬ରେ ଭାରତ ସରକାର ଫ୍ରାନ୍ସଠାରୁ ୩୬ଟି ରାଫେଲ ବିମାନ କ୍ରୟ ପାଇଁ ଚୁକ୍ତି କରିଥିଲେ । ଏହାମଧ୍ୟରୁ ୧୨ଟି ବିମାନ ଭାରତ ପାଇସାରିଛି । ଆଗାମୀ ବର୍ଷ ସୁଦ୍ଧା ସମସ୍ତ ବିମାନ ମିଳିଯିବ । ଯେବେ ଏହି ଚୁକ୍ତି ହୋଇଥିଲା ସେହି ସମୟରେ ସରକାର ବିବାଦରେ ଫସିଥିଲେ । ଲୋକସଭା ନିର୍ବାଚନ ପୂର୍ବରୁ ରାଫେଲ୍ ପ୍ରସଙ୍ଗକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ତେବେ ପୁଣି ଥରେ ରାଫେଲ ନିଆଁ କୁହୁଳିବାରେ ଲାଗିଛି, ଯାହାକୁ ନେଇ ଦେଶରେ ପୁଣି ଥରେ ରାଫେଲକୁ ନେଇ ଚର୍ଚ୍ଚା ଜୋର ଧରିଛି।

You might also like