ଆଜି ଧନୁ ସଂକ୍ରାନ୍ତି; ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୋଇଛି ୨୩ ପ୍ରକାରର ପିଠା
ପୁରୀ: ଶ୍ରୀମନ୍ଦିରରେ ବାର ମାସରେ ତେର ପର୍ବ। କରୋନା ଲକ୍ଡାଉନ, ସଟ୍ଡାଉନ ସତ୍ତ୍ୱେ ଏହି ନୀତି ଶୃଙ୍ଖଳିତ ଭାବେ ଚାଲିଛି। ଆଜି ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ । କୁଆ କା କହିବା ପୂର୍ବରୁ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଛି ପହିଲି ଭୋଗ ।
ମାସେ ବ୍ୟାପି ଏହି ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ମହାଲକ୍ଷ୍ମୀ ତାଙ୍କ ପିତ୍ରାଳୟକୁ ଯାଇଥିବାରୁ ମହାପ୍ରଭୁଙ୍କ ମା’ ନିଜେ ହାତରେ ପ୍ରସ୍ତୁତ କରିଥାନ୍ତି ୨୩ ପ୍ରକାରର ପିଠା । ବିରି ଓ ଅଟା ଜାତୀୟ ଦ୍ରବ୍ୟରେ ପ୍ରସ୍ତୁତ କରାଯାଇଥାଏ ଏହି ପିଠା ।
ଶ୍ରୀମଦିରରେ ମଙ୍ଗଳ ଆଳତୀ, ରୋଷ ହୋମ ନୀତି ପରେ ବଲ୍ଲଭ ନୀତି ପରେ ପହିଲି ଭୋଗ ନୀତି କରାଯିବ । ଆଜି ଧନୁ ମୁଆଁ ଭୋଗ ଲାଗିଲେ ଜାଡ଼ ମହାପ୍ରଭୁଙ୍କଠାରୁ ଦୂରେଇ ଯାଏ ବୋଲି ବିଶ୍ୱାସ ରହିଛି।