ପଞ୍ଜାବ ପାର୍ସଲ୍‌ ବୋମା ବିସ୍ଫୋରଣ ମାମଲା: ଧରାପଡ଼ିଲା ଅଭିଯୁକ୍ତ

ରାଉରକେଲା: ପଞ୍ଜାବ ମେଗାରେ ପାର୍ସଲ୍‌ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଧରାପଡ଼ିଛି। ରାଉରକେଲା ପ୍ଲାଣ୍ଟସାଇଟ୍ ପୁଲିସ୍‌ ଅଭିଯୁକ୍ତ ରାଜା ରିଜିଆନୀକୁ ଗିରଫ କରିଛି। ପାର୍ସଲ୍‌ ପଠାଇଥିବା ରାଜା ବାସନ୍ତୀ କଲୋନୀରେ ରହେ।

ଜମି ବିବାଦକୁ ନେଇ ପଞ୍ଜାବରେ ରହୁଥିବା ତାଙ୍କ ଭାଇ ସହ ଗଣ୍ଡଗୋଳ ଲାଗି ରହିଥିଲା। ତେଣୁ ଭାଇକୁ ମାରିବାକୁ ରାଜା ଏକ କୋରିଅର୍‌ରେ ପାର୍ସଲ୍‌ ବୋମା ପଞ୍ଜାବ ପଠାଇଥିଲା। ହେଲେ ପାର୍ସଲ୍‌ ପହଞ୍ଚିବା ପୂର୍ବରୁ ରାସ୍ତାରେ ତାହା ଫାଟି ଯାଇଥିଲା। ଏଥିରେ ଦୁଇ ଜଣ ଆହତ ହୋଇଥିଲେ।

ଏ ନେଇ ପଞ୍ଜାବ ପୁଲିସ୍‌ର ତଦନ୍ତ ପରେ ରାଜାର ସଂପୃକ୍ତି ନେଇ ପ୍ଲାଣ୍ଟସାଇଟ୍‌ ପୁଲିସ୍‌କୁ ଖବର ଦିଆଯାଇଥିଲା।

ଏହାପରେ ପ୍ଲାଣ୍ଟ ସାଇଟ୍ ପୁଲିସ୍ ରାଜାକୁ ଗିରଫ କରିଛି । ଘଟଣାର ଅଧିକ ତଦନ୍ତ ଲାଗି ରାଜାକୁ ପଞ୍ଜାବ ନିଆଯାଇଛି। ଗତ ୨୬ ତାରିଖରେ ପଞ୍ଜାବ ମେଗାରେ ପାର୍ସଲ୍‌ ବୋମା ବିସ୍ପୋରଣ ହୋଇଥିଲା।

 

You might also like