୩୭୦ ଉଚ୍ଛେଦକୁ କାର୍ଗିଲ୍‌ରେ ବିରୋଧ; ପୁଲିସ୍‌ର ଲାଠି ଚାର୍ଜ୍

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ବିଭାଜନ କରି ଭାରତ ସରକାର ଲଦାଖକୁ ଏହାଠାରୁ ଅଲଗା କରିଛନ୍ତି। ତେଣୁ ଲଦାଖ ଏବେ ଏକ ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳ। ଲଦାଖରେ ଲେହ ଓ କାର୍ଗିଲ ଭଳି ସହର ରହିଛି। ହେଲେ କେନ୍ଦ୍ର ସରକାରଙ୍କ ଏଭଳି ବିଭାଜନ ନିଷ୍ପତ୍ତିକୁ କାର୍ଗିଲରେ ଜୋରଦାର ବିରୋଧ କରାଯାଇଛି। କାର୍ଗିଲବାସୀ ଏଭଳି ବିଭାଜନରେ ଖୁସି ଥିବା କେନ୍ଦ୍ର ସରକାର କହୁଥିଲେ ହେଁ ଏଠାରେ ଏକ ଭିନ୍ନ ଦୃଶ୍ୟ ଏବେ ସାମ୍ନାକୁ ଆସିଛି।

ଜମ୍ମୁ-କଶ୍ମୀରରେ ସରକାର ୧୪୪ ଧାରା ଜାରି କରିଥିବାରୁ ଲୋକମାନେ ବାହାରକୁ ବାହାରି ପାରୁନାହାନ୍ତି। ତଥାପି ପୁଞ୍ଚରେ କାଲି ସୁରକ୍ଷାକର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା। ଆଜି କାର୍ଗିଲରେ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ବିରୋଧରେ ଆଜି ଶତାଧିକ ଲୋକ ରାଜରାସ୍ତାକୁ ଓହ୍ଲାଇଥିଲେ।

ସେମାନେ ଧାରା ୩୭୦ର ଉଚ୍ଛେଦ ଓ ଲଦାଖକୁ କଶ୍ମୀରରୁ ଅଲଗା କରିଥିବାରୁ ଲୋକମାନେ କେନ୍ଦ୍ର ସରକାର ବିରୋଧରେ ନାରାବାଜି କରିଥିଲେ। ଏହାକୁ ନେଇ ସୁରକ୍ଷାକର୍ମୀ ଓ ସାଧାରଣ ଲୋକ ଦୀର୍ଘ ସମୟ ଧରି ମୁହାଁମୁହିଁ ହୋଇଥିଲେ। ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ ପକ୍ଷରୁ ଲାଠିଚାର୍ଜ କରାଯିବା ସହ ଲୁହବୁହା ଗ୍ୟାସ୍‌ ମଧ୍ୟ ପ୍ରୟୋଗ କରାଯାଇଥିଲେ। ଏବେ ବି କାର୍ଗିଲରେ ୧୪୪ ଧାରା ଲାଗୁ କରାଯାଇଛି। ଇଣ୍ଟରନେଟ୍‌, ମୋବାଇଲ୍‌ ଓ ଲ୍ୟାଣ୍ଡଲାଇନ୍‌କୁ ବନ୍ଦ କରାଯାଇଛି।

ଲୋକସଭାରେ ଜମ୍ମୁ-କଶ୍ମୀର ସଂକ୍ରାନ୍ତ ବିଲ୍‌ ଉପରେ ଆଲୋଚନା ଚାଲିଥିବା ବେଳେ ଲଦାଖର ଯୁବ ସାଂସଦ ଜାମୟାଙ୍ଗ୍‌ ସେରିଙ୍ଗ୍‌ ନମଗ୍ୟାଲ୍‌ ନିଜର ଓଜସ୍ୱୀ ଭାଷଣରେ ସାରା ସଂସଦକୁ ସ୍ତବ୍ଧ କରିଦେଇଥିଲେ। ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ବିତର୍କ ବେଳେ ନମଗ୍ୟାଲ୍‌ କହିଥିଲେ, କାର୍ଗିଲବାସୀ ସ୍ୱତନ୍ତ୍ର ଲଦାଖ ପାଇଁ ବିଜେପିକୁ ଭୋଟ ଦେଇଥିଲେ। ସେମାନେ ଲଦାଖକୁ ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିବାକୁ ଦାବି କରୁଛନ୍ତି। ହେଲେ ଆଜିର ଘଟଣା ପରେ ଲଦାଖର ଅନେକ ଲୋକଙ୍କ ମନରେ ବିରୋଧ ଭାବ ଥିବା ସ୍ପଷ୍ଟ ହୋଇଯାଇଛି।

ଆହୁରି ପଢ଼ନ୍ତୁ

୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଇଞ୍ଜିନିୟର୍ସ ଡେ’ରେ ଇଞ୍ଜିନିୟରଙ୍କୁ ପିଟିପିଟି ମାରିଦେଲେ

ରାଗିଗଲେ ସାର୍‌; ଛାତ୍ରଛାତ୍ରୀଙ୍କଠାରୁ ଛଡ଼ାଇ ଆଣି ହାତୁଡ଼ିରେ ପିଟି ଭାଙ୍ଗିଦେଲେ ୧୬ ମୋବାଇଲ୍

ଏକଚାଟିଆ ନିଷ୍ପତ୍ତି କେବେ ବି ସଂଘୀୟ ନୀତି ପ୍ରତି ଭଲ ନୁହଁ: ମନମୋହନ ସିଂହ

ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ ; ନିସ୍ତୁକ ପିଟିଲେ ଲୋକେ

ଗିରଫ ହୋଇପାରନ୍ତି ପୂର୍ବତନ ପୁଲିସ କମିଶନର ରାଜୀବ କୁମାର!

ନେତାଙ୍କୁ କଣ ଆଇନ୍ ମାଫ୍ ? ଲୋକସେବା ଭବନରେ ନୂଆ ଟ୍ରାଫିକ୍ ନିୟମକୁ ଫୁ

ପୁଲିସ ହେବ ତ ଏମିତି ; ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡିକାଲ ପହଞ୍ଚାଇଲେ ଏସ୍‌ପି

ବିଲରୁ ମହିଳାଙ୍କ କଟାମୁଣ୍ଡ ଉଦ୍ଧାର

ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ଏୟାରସେଲ-ମ୍ୟାକ୍ସିସ୍ କେସ୍‌ର ଶୁଣାଣି

ପରଲୋକରେ ଜିମ୍ବାୱେ ପ୍ରତିଷ୍ଠାତା ରବର୍ଟ ମୁଗାବେ

ଦଇତାପତି ନିଯୋଗର ନିବେଦନ-‘ସହମତି ଭିତ୍ତିରେ ଉଚ୍ଛେଦ କରାଯାଉ’,

You might also like