ପୂରଣ ହେଲାନି ଦାବି: ଥାନା ଆଗରେ ରୋଷେଇ କରି ଖାଇଲେ ଆନ୍ଦୋଳନକାରୀ

ଜୟପୁର: ବିଭିନ୍ନ ଦାବିରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଘେରାଉ କରିଛି କଡ଼ିଙ୍ଗାମାଳି ସୁରକ୍ଷା ମଞ୍ଚ ସଂଗଠନ। ଗତକାଲିଠାରୁ ଲକ୍ଷ୍ମୀପୁର ଥାନା ଘେରାଉ କରିଥିବା କୋଡ଼ିଂଗାମାଲି ସୁରକ୍ଷା ମଞ୍ଚ ସଂଗଠନ ଆଜି ବି ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି।

ଆନ୍ଦୋଳନକାରୀମାନେ ରାତିରେ ଥାନା ସମ୍ମୁଖରେ ବସି ରହିବା ସହ ରୋଷେଇ କରି ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ଭତ୍ତା ବଣ୍ଟନରେ ଅନିୟମିତତା, ବେକାର ଯୁବକ ଯୁବତୀଙ୍କୁ କମ୍ପାନୀରେ ଚାକିରି ଏବଂ ଘରୋଇ କମ୍ପାନୀର ଏକଛତ୍ରବାଦ କାର୍ଯ୍ୟକଳାପକୁ ବିରୋଧ କରି ଆନ୍ଦୋଳନକାରୀ ଧାରଣା ଦେଇଛନ୍ତି।

You might also like