ରାଜଗାଙ୍ଗପୁରରେ ହାଜତ ମୃତ୍ୟୁ ଅଭିଯୋଗ ମାମଲା

ମଙ୍ଗଳା କିଷାନଙ୍କ ସମ୍ପୃକ୍ତି ଅଭିଯୋଗ ଅାଣିଲେ ମୃତକଙ୍କ ବାପା

ସୁନ୍ଦରଗଡ଼଼ : ସୁନ୍ଦରଗଡ଼଼ ଜିଲ୍ଲା ରାଜଗାଙ୍ଗପୁର ଥାନା ହାଜତ ମୃତ୍ୟୁ ଅଭିଯୋଗ ଘଟଣାରେ ନୂଅା ମୋଡ଼। ଘଟଣାରେ ସ୍ଥାନୀୟ ବିଧାୟକ ମଙ୍ଗଳା କିଷାନଙ୍କ ସମ୍ପୃକ୍ତି ଅଭିଯୋଗ ଅାଣିଲେ ମୃତକ ଜୟ କୁମାର ଲାକ୍ରାଙ୍କ ବାପା। ବିଧାୟକଙ୍କ ଲୋକ ବୋଲି କହି ଜଣେ ଅାମ ପରିବାରକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ସେପଟେ ବିଧାୟକ ମଙ୍ଗଳା କିଷାନ କହିଛନ୍ତି ଯେ, ସେ କେସ୍ ବିଷୟରେ କିଛି ଜାଣିନାହାନ୍ତି। ବିଧାୟକ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ଅାଜି ରାଜଗାଙ୍ଗପୁର ହସ୍ପିଟାଲରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜୟ ଲାକ୍ରାଙ୍କ ମୃତଦେହର ବ୍ୟବଚ୍ଛେଦ କରାଯାଇଛି।

ଏହାପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ ଦୋଷୀ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଏବଂ ମାନବାଧିକାର ବିଭାଗ ତଦନ୍ତ କରିବା ନେଇ ପ୍ରତିଶ୍ରୁତି ପରେ ଜୟଙ୍କ ପିତା ପୋଷ୍ଟମର୍ଟମ ପାଇଁ ରାଜି ହୋଇଥିଲେ। ପୂର୍ବରୁ ଏନ୍‌ଏଚ୍‌ଅାରସି ଗାଇଡ୍‌ ଲାଇନ ଅନୁଯାୟୀ ତଦନ୍ତ କରାଯିବ ବୋଲି ପଶ୍ଚିମାଞ୍ଚଳ ଡିଅାଇଜି କବିତା ଜଲାନ୍ ସୂଚନା ଦେଇଥିଲେ।

ସେପଟେ ପୋଷ୍ଟମର୍ଟମ ପରେ ସହରର ବିଭିନ୍ନ ସ୍ଥାନରେ ମୃତୟନ ଫୋର୍ସକୁ ପ୍ରତ୍ୟାହାର କରାଯାଇଛି। ଗତକାଲି ରାଜଗାଙ୍ଗପୁର ଥାନା ଶୌଚାଳୟ ଭିତରେ ଜୟ ଲାକ୍ରା ନାମକ ଅଭିଯୁକ୍ତ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଟଙ୍କା ହଡ଼ପ ଅଭିଯୋଗରେ ୩ ଦିନ ଧରି ପୁଲିସ ତାଙ୍କୁ ପଚରା ଉଚରା କରୁଥିଲା। ତେବେ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବାରୁ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ।

ଅନ୍ୟପକ୍ଷରେ ଟଙ୍କା ହଡପ ଅଭିଯୋଗ ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି।

You might also like