କରୋନା ନେଲା ସ୍ପେନ ରାଜକୁମାରୀଙ୍କ ଜୀବନ

ମାଡ୍ରିଡ: କରୋନାରେ ଆକ୍ରାନ୍ତ ହୋଇ ସ୍ପେନ ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜକୁମାରୀଙ୍କ ଭାଇ ପ୍ରିନ୍ସ  Sixto Enrique de Borbon ଫେସବୁକରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ଗୁରୁବାର ଦିନ ରାଜକୁମାରୀଙ୍କ ମୃତ୍ୟୁ ଘଟିଛି।

ମୃତ୍ୟୁ ବେଳକୁ ରାଜକୁମାରୀଙ୍କୁ 86 ବର୍ଷ ବୟସ ହୋଇଥିଲା। ସେ ହେଉଛନ୍ତି ବିଶ୍ବର ପ୍ରଥମ ରାଜପରିବାରର ସଦସ୍ୟ, ଯାହାଙ୍କର କରୋନା ଆକ୍ରାନ୍ତରେ ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ମାଡ୍ରିଡରେ ରାଜକୁମାରୀ ମାରିଆଙ୍କ ଅନ୍ତିମ ସଂସ୍କାର ହୋଇଛି।

1933 ମସିହାରେ ରାଜକୁମାରୀ ମାରିଆ ପ୍ୟାରିସରେ ଜନ୍ମ ଗ୍ରହଣ କରିଥିଲେ। ସେ ଫ୍ରାନ୍ସରେ ତାଙ୍କର ଗ୍ରାଜୁଏସନ ଶେଷ କରି ପ୍ୟାରିସର ଏକ ବିଶ୍ୱ ବିଦ୍ୟାଳୟରେ ପ୍ରଫେସର ଥିଲେ।

ସ୍ପେନରେ ମହାମାରୀ କରୋନାରେ ତିନି ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

You might also like