ଖୋର୍ଦ୍ଧା ଏସ୍‌ପିଙ୍କୁ ସାକ୍ଷାତ କଲେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ

ଖୋର୍ଦ୍ଧା  : ବେଗୁନିଅାରେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କ ଗାଡିକୁ ବୋମାମାଡ ଘଟଣାରେ ଅାଜି ଖୋର୍ଦ୍ଧା ଏସ୍‌ପିଙ୍କୁ ସାକ୍ଷାତ କରିଛନ୍ତି ସାଂସଦଙ୍କ ପୁଅ ଋଷଭ ନନ୍ଦ। ବେଗୁନିଅା-ବୋଲଗଡ଼ ନିର୍ବାଚନମଣ୍ଡଳୀରେ ତାଙ୍କ ଲୋକପ୍ରିୟତା ବଢୁଥିବାରୁ ସେଥିରେ ଅସହିଷ୍ଣୁ ହୋଇ କିଛି ଲୋକ ଏଭଳି କାଣ୍ଡ ଭିଅାଇଥିବା ଅଭିଯୋଗ କରିଛନ୍ତି ଋଷଭ।

ତାଙ୍କ ଗାଡି ଉପରେ ୧୦ରୁ ୧୨ ଜଣ ଲୋକ ସଂଘବଦ୍ଧ ଅାକ୍ରମଣ କରିବା ସହିତ ଗୁଳି ଫୁଟାଇଥିଲେ। ଏଥିରେ ତାଙ୍କ ଗାଡି ଚାଳକ ଅାହତ ମଧ୍ୟ ହୋଇଥିବା ସେ କହିଛନ୍ତି। ତେବେ ଋଷଭଙ୍କ ଗାଡି ଚାଳକ ବେଗୁନିଅା ଥାନାରେ ଅାଜି ଦେଇଥିବା ଏତଲାରେ କାହାର ନାଁ ଉଲ୍ଲେଖ କରିନାହାନ୍ତି।

ସେପଟେ ପୁରା ଘଟଣାରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।

You might also like