‘ଫୋନି’ ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ

ଭୁବନେଶ୍ୱର: ବାତ୍ୟା ପରେ ଧୀରେ ଧୀରେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବାରେ ଲାଗିଛି। ଭଦ୍ରକ- ବିଜୟନଗରମ୍‌ରୁ ଟ୍ରେନ୍‌ ସେବା ଆଶିଂକ ଭାବେ ଆରମ୍ଭ ହୋଇଛି।

ଗତ ସଂଧ୍ୟାରୁ ଅନେକ ସ୍ପେଶାଲ ଟ୍ରେନ  ଭୁବନେଶ୍ୱରରୁ ବେଙ୍ଗଳୁରୁ, ଜଗଦଲପୁର, ଜୁନାଗଡ଼ ରୋଡ୍, ସମ୍ବଲପୁର, ହାତିଆ ଓ ଦୁର୍ଗକୁ ଚାଲିଛି। ଏହା ସହିତ ସମ୍ବଲପୁରରୁ ଭୁବନେଶ୍ୱର, ଜଗଦଲପୁରରୁ ଭୁବନେଶ୍ୱର, ଜୁନାଗଡ଼ ରୋଡ୍‌ରୁ ଭୁବନେଶ୍ୱର ମଧ୍ୟ ଟ୍ରେନ ଚାଲିଛି।

ଯାତ୍ରୀଙ୍କ ସୁବିଧା ପାଇଁ କେତେକ ସ୍ପେଶାଲ ଟ୍ରେନ ବି ଚାଲିଛି। ଏହି ଟ୍ରେନଗୁଡ଼ିକ ହାଓଡ଼ାରୁ ଚେନ୍ନାଇ, ୟଶଓ୍ୱନପୁର, ଭାସ୍କୋଡାଗାମା, ବିଜୟଓ୍ୱାଡ଼ାରୁ ହାଓଡ଼ା, ସିକନ୍ଦରାବାଦରୁ ଭୁବନେଶ୍ୱର ଓ ହାଓଡ଼ାକୁ ମଧ୍ୟ ଚାଲିଛି। ଭୁବନେଶ୍ୱରରୁ ଆରମ୍ଭ ହେଉଥିବା ପ୍ରାୟ ସବୁ ଟ୍ରେନ ଆଜିଠାରୁ ଚଳାଚଳ ଆରମ୍ଭ କରୁଛି। ଏଥିରେ ରହିଛି ପ୍ରଶାନ୍ତି ଏକ୍ସପ୍ରେସ୍, ରାଜଧାନୀ ଏକ୍ସପ୍ରେସ୍, କୋଣାର୍କ ଏକ୍ସପ୍ରେସ୍, ହୀରାଖଣ୍ଡ ଏକ୍ସପ୍ରେସ୍।

ସେହିପରି ଭୁବନେଶ୍ୱର-ଯଶଓ୍ୱନ୍ତପୁର ଏକ୍ସପ୍ରେସ୍, ଭୁବନେଶ୍ୱର-ନୂଆଦିଲ୍ଲୀ ସଂପର୍କକ୍ରାନ୍ତି ଏକ୍ସପ୍ରେସ୍ ମଧ୍ୟ ନିର୍ଦ୍ଧାରିତ ସମୟରେ ଚାଲୁଥିବା ଜଣାପଡ଼ିଛି। କେବଳ ଭୁବନେଶ୍ୱର-ତିରୁପତି, ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ଚାଲୁନି। ତେବେ ୬ଟି ମେମୁ ଓ ପ୍ୟାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like