ଘଞ୍ଚ ଜଙ୍ଗଲ ପାର ହୋଇ ସୁରକ୍ଷିତ ଫେରିଲେ ପୋଲିଂ କର୍ମଚାରୀ

କନ୍ଧମାଳ(ତ୍ରିନାଥ ସାହୁ): ଘଞ୍ଚ ଜଙ୍ଗଲ, ଅନ୍ଧାର ରାତି ଓ ଢୁଉଢୁଉ ବର୍ଷା ସାଙ୍ଗକୁ ମାଓବାଦୀଙ୍କ ଭୟ। ଏ ସବୁକୁ ଅତିକ୍ରମ କରି ନିର୍ଦ୍ଧାରିତ ସ୍ଥଳକୁ ସୁରକ୍ଷିତ ଭାବେ ଫେରିଛନ୍ତି ପୋଲିଂ କର୍ମଚାରୀ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାରହଲା ଗ୍ରାମରେ ନିର୍ବାଚନ ଦାୟିତ୍ୱରେ ଥିବା ପୋଲିଂ ପାର୍ଟି ଫୁଲବାଣୀ ସ୍ଥିତ ଡିସ୍‌ପର୍ସାଲ୍ ସେଣ୍ଟରକୁ ସୁରକ୍ଷିତ ଫେରିପାରିଛନ୍ତି। ସୂଚନା ଅନୁସାରେ ପୋଲିଂ କର୍ମଚାରୀଙ୍କୁ ଅସୁବିଧାରେ ପକାଇବା ପାଇଁ ମାଓବାଦୀ ମାନେ ବିଭିନ୍ନ ହିଂସାକାଣ୍ଡ ଘଟାଇବାକୁ ଉଦ୍ୟମ କରିଥିଲେ। ଏଭଳିକି ମଝି ରାସ୍ତାରେ ଗଛ ମଧ୍ୟ ପକାଇ ଦେଇଥିଲେ। କିଛି କିଛି ସ୍ଥାନରେ ପୋଲିଂ କର୍ମଚାରୀଙ୍କୁ ରାସ୍ତା ଅତିକ୍ରମ କରିବା ମଧ୍ୟ ମୁସ୍କିଲ ହୋଇପଡ଼ିଥିଲା।

ପରେ ଯବାନମାନେ  ପୋଲିଂ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇ ପାହାଡ଼ ଜଙ୍ଗଲ ରାସ୍ତାରେ ନିରାପଦ ସହକାରେ ଆଣିବାରେ ସହାୟତା କରିଥିଲେ।

ସ୍ଥାନୀୟ ସୂଚନା ଅନୁସାରେ ନିକଟସ୍ଥ ବଳନ୍ଦାପଡ଼ାରେ ସେମାନେ ପହଞ୍ଚିବା ପରେ ତାଙ୍କୁ ସେଠାରୁ ଗାଡ଼ି ଯୋଗେ ଫୁଲବାଣୀ ସ୍ଥିତ ଡିସ୍‌ପର୍ସାଲ୍ ସେଣ୍ଟରକୁ ଅଣାଯାଇଥିଲା।

ଆହୁରି ପଢ଼ନ୍ତୁ

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

You might also like