ପୋଲିସ ଅଫିସର ହେଲେ କିନ୍ତୁ ଖୋଲିଗଲା ପୋଲ୍‌….

ଛତିଶଗଡ଼: ଛତିଶଗଡ଼ର ଜଣେ ଯୁବକଙ୍କର ସ୍ୱପ୍ନ ଥିଲା ପୁଲିସ ଅଫିସର ହେବେ । ଦିନ ପରେ ଦିନ ଗଡ଼ି ଚାଲିଲା, ହେଲେ ସେ ପୁଲିସ ଅଫିସର ହୋଇ ପାରିଲେ ନାହିଁ।  ହତାଶ ହେଲେ, କିନ୍ତୁ ଭାଙ୍ଗି ପଡ଼ିଲେ ନାହିଁ। ସ୍ୱପ୍ନ ପୂରଣ କରିବାକୁ ଉପାୟ ଖୋଜିଲେ ଆଉ ସଫଳ ହେଲେ ମଧ୍ୟ। ହେଲେ ସେ କ’ଣ ଜାଣିଥିଲେ ସ୍ୱପ୍ନ ତାଙ୍କ ପାଇଁ ଏମିତି ମହଙ୍ଗା ପଡ଼ିବ ବୋଲି।

ଛତିଶଗଡ ପୋଲିସର କହିବା ଅନୁଯାୟୀ, ରାମେଶ୍ୱର ପଟେଲ ନାମକ ଜଣେ ବ୍ୟକ୍ତି ବାରାଦ୍ୱାରା ଅଞ୍ଚଳରେ ରୁହନ୍ତି। ସ୍ଥାନୀୟ କଲେଜରେ ଏମ.ଏ କରୁଥିଲେ। ଜୀବନର ଲକ୍ଷ୍ୟ ଥିଲା ପୁଲିସ ଅଫିସର ହେବେ। ହେଲେ ଯେତେବେଳେ ଦେଖିଲେ ତାଙ୍କର ସ୍ୱପ୍ନ ପୂରଣ ହେଲାନି, ସେ ଏହାକୁ ସତ କରିବା ପାଇଁ ଏକ ଉପାୟ ପାଞ୍ଚିଲେ।

ପୋଲିସ ପୋଷାକ ପିନ୍ଧି ସେ ନିଜର କାରନାମା ଦେଖାଇବାକୁ ଲାଗିଲେ। ପୋଷାକରେ ଏଏସଆଇ ଅବିନାଶ ସାହୁ ଲେଖା ଥିବା ଏକ ନେମ୍‌ ପ୍ଲେଟ ଲଗାଇ ଗାଡ଼ିରେ ଘୂରି ବୁଲିଲେ। ଏପରିକି ଗ୍ରାମାଞ୍ଚଳକୁ ଯାଇ ସେଠାରେ ଲୋକଙ୍କୁ ହଇରାଣ ମଧ୍ୟ କଲେ। ତାଙ୍କର ବ୍ୟବହାର ଦେଖି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା। ଶେଷରେ ଗାଁ ଲୋକେ ପୋଲିସ ଷ୍ଟେସନକୁ ଗଲେ। ସେଠାରେ ସେ ନକଲି ପୋଲିସ ବୋଲି ଜଣା ପଡ଼ିଲା।

ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କରିଛି। ତେବେ ସେ କାହାକୁ ହଇରାଣ କରୁ ନ ଥିଲେ ବୋଲି କହିଛନ୍ତି। ସେ କେବଳ ନିଜର ଇଚ୍ଛା ପୂରଣ କରିବା ପାଇଁ ଦୋକାନରୁ ପୋଲିସ ପୋଷାକ କିଣି ପିନ୍ଧିଥିଲେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଫିଲ୍ଲ ନିର୍ମାତା ଶେଖର ଦେଲେ ଚାଞ୍ଚଲ୍ୟକର ବୟାନ

ଗଞ୍ଜାମରେ ଅଟକିବନି ପାସେଞ୍ଜର ଟ୍ରେନ୍

ସପ୍ତାହରେ ଓଡ଼ିଶାରେ କରୋନା ନେଲାଣି ୨୩ ମୁଣ୍ଡ

ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହେଲେ ୯୫

ରହସ୍ୟ ଘେରରେ ମୋଟିଭେସ୍‌ନାଲ୍‌ ସ୍ପିକର ଆଦିତ୍ୟ ଦାସଙ୍କ ମୃତ୍ୟୁ, ଥାନାରେ ହେଲା ଅଭିଯୋଗ

ଆସନ୍ତା ୨ ଦିନ ଯାଏ ଓଡ଼ିଶାରେ ବର୍ଷା ସହ ବଜ୍ରପାତ ଆଶଙ୍କା

ବଙ୍ଗୋପସାଗରରେ ଲଘୁଚାପ, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

କରୋନା ମୁକାବିଲା: ଗଞ୍ଜାମ ଗଲେ ୨ IAS , ୬ OAS

ରାଣୀହାଟ ମାଳିସାହିକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଭାବେ ଘୋଷଣା କଲା CMC

ଲୋକସେବା ଭବନ ପ୍ରବେଶ ମନା

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା; ୯ ଘଣ୍ଟା ଜେରାରେ ଏମିତି ରହସ୍ୟର ପରଦା ଖୋଲିଲେ ଅଭିନେତ୍ରୀ ସଞ୍ଜନା

ଭୁବନେଶ୍ୱରରୁ ଚିହ୍ନଟ ନୂଆ ୨୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩ଟି ଲୋକାଲ୍ କେସ୍

You might also like