ସବ୍ୟସାଚୀଙ୍କ ନାଁ ନେଇ ପ୍ରବାସୀ ଶ୍ରମିକଙ୍କ ଠାରୁ ଟଙ୍କା ହଡ଼ପ୍‌ ପାଇଁ ଉଦ୍ୟମ କରୁଥିଲେ, ଶେଷରେ…

ଭୁବନେଶ୍ୱର: ଅଭିନେତାଙ୍କ ନାଁ ନେଇ ପ୍ରବାସୀ ଶ୍ରମିକଙ୍କ ଠାରୁ ଟଙ୍କା ହଡପ ଉଦ୍ୟମ ଅଭିଯୋଗରେ ପୁଲିସ୍‌ ଜଣେ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଓଲିଉଡ୍ ଅଭିନେତା ସବ୍ୟସାଚୀଙ୍କ ନାଁ ନେଇ ଜଣେ ଦୁର୍ବୃତ୍ତ ପ୍ରବାସୀ ଶ୍ରମିକଙ୍କ ଠାରୁ ଟଙ୍କା ହଡପ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଗିରଫ କରିଛି। 

ଅଭିଯୋଗ ଅନୁଯାୟୀ, କୋଏମ୍ବାଟୁରରେ ଫସି ରହିଥିବା ଜଣେ ପ୍ରବାସୀ ଶ୍ରମିକଙ୍କୁ ଓଡିଶା ଫେରିବା ପାଇଁ ଦୁର୍ବୃତ୍ତ ଜଣଙ୍କ ୬ହଜାର ୫ଶହ ଟଙ୍କା ଜମା କରିବା ପାଇଁ କହିଥିଲେ। କିନ୍ତୁ ଦୁର୍ବୃତ୍ତଙ୍କ କଥାବାର୍ତ୍ତାରେ ସନ୍ଦେହ ହେବାରୁ ପ୍ରବାସୀ ଶ୍ରମିକ ଜଣଙ୍କ ସବ୍ୟସାଚୀଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ସବ୍ୟସାଚୀ ଭୁବନେଶ୍ୱର ଡିସିପିଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।

ସୂଚନା ଅନୁସାରେ, ବାହାର ରାଜ୍ୟରେ ଫସି ରହିଥିବା ଯେଉଁ ପ୍ରବାସୀ ଓଡ଼ିଆମାନେ ସହାୟତା ପାଇଁ ସୋସିଆଲ୍‌ ମିଡିଆରେ ମେସେଜ୍‌ କରୁଥିଲେ, ସେମାନଙ୍କ ସହ ଦୁର୍ବୃତ୍ତ ଜଣକ ପ୍ରଥମେ ଯୋଗାଯୋଗ କରୁଥିଲେ। ଏହାପରେ ସବ୍ୟସାଚୀଙ୍କ ନାଁ ନେଇ ସେ ତାଙ୍କର ଚାଲ୍‌ ଚଲାଇବା ଆରମ୍ଭ କରିଥିଲେ। ସବ୍ୟସାଚୀ ସାହାଯ୍ୟ କରିବା ପାଇଁ କହିଛନ୍ତି ବୋଲି କହିବା ସହ ୬ହଜାର ୫ଶହ ଟଙ୍କା ଦେବାପାଇଁ ସମ୍ପୃକ୍ତ ଦୁର୍ବୃତ୍ତ ଜଣକ ପ୍ରବାସୀ ଓଡ଼ିଆଙ୍କୁ କହିଥିଲେ। ଏହି ଟଙ୍କାରେ ପ୍ରବାସୀଙ୍କୁ ଖାଇବା ପ୍ରଦାନ କରାଯିବା ସହ ଓଡ଼ିଶା ପହଞ୍ଚିବା ପରେ କ୍ୱାରେଣ୍ଟିନ୍‌ରେ ରଖାଯିବ। କ୍ୱାରେଣ୍ଟିନ୍ ସରିବା ପରେ ସରପଞ୍ଚ ୬ହଜାର ୫ଶହ ଟଙ୍କା ଫେରସ୍ତ କରିଦେବେ ବୋଲି ଦୁର୍ବୃତ୍ତ ଜଣକ କହିଥିଲେ। 

ହେଲେ ଟଙ୍କା ହଡ଼ପ ପାଇଁ ଦୁର୍ବୃତ୍ତ ଜଣକ ଚଲାଇଥିବା ଚାଲ୍‌ ଶେଷରେ ଫେଲ୍‌ ମାରିଥିଲା। ଦୁର୍ବୃତ୍ତଙ୍କ କଥାବାର୍ତ୍ତାରେ ସନ୍ଦେହ ହେବାରୁ ପ୍ରବାସୀ ଶ୍ରମିକ ଜଣଙ୍କ ସବ୍ୟସାଚୀଙ୍କ ସହ ଯୋଗାଯୋଗ କରିବା ପରେ ଘଟଣା ଉପରୁ ପର୍ଦ୍ଦା ହଟିଥିଲା।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧,୬୧୭ ପଜିଟିଭ୍‌ ଚିହ୍ନଟ

ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ ଲକ୍ଷ

ଘୁଞ୍ଚିଲା ଓଡ଼ିଶା ସିଭିଲ୍‌ ସର୍ଭିସ-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷା

ମାମୁଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ଭଣଜା

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

କେବେ ଖୋଲିବ ମନ୍ଦିର? ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଲେ ସେବାୟତ

୧୫ ହଜାର ଟଙ୍କାରେ ବିକ୍ରି ହେଲା ମାସେ ୭ ଦିନର ଶିଶୁକନ୍ୟା

ଖୋଲା ଜିପ୍‌ରେ ବସି ପ୍ରଚାର କଲେ ବେଣୁଧର

ଉପନିର୍ବାଚନ ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ମଇଦାନକୁ ନଯାଇ ପ୍ରଚାର କଲେ ନବୀନ

ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୭୦, ୧୩୦କୁ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କୁ  ନିରଞ୍ଜନଙ୍କ ପ୍ରଶ୍ନ; ନିଜେ ସୁରକ୍ଷିତ ରହି ଲୋକଙ୍କୁ କାହିଁକି ବିପଦକୁ ଠେଲୁଛ ?

You might also like