ଏଡିଜିଙ୍କ ଝିଅଙ୍କୁ ଚାପୁଡା ମାରିଲେ ଟ୍ରାଫିକ୍‌ କନଷ୍ଟେବଲ

ଭୁବନେଶ୍ୱର : ଭୁବନେଶ୍ୱରରେ ପୁଲିସ୍‌ ଏଡିଜିଙ୍କ ଝିଅଙ୍କୁ ମାଡ଼ ଅଭିଯୋଗ। ଏଜି ଛକରେ ଜଣେ ଟ୍ରାଫିକ୍‌ କନଷ୍ଟେବଲ ତାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଟ୍ରାଫିକ୍ ନିୟମ ଉଲଂଘନ ଅଭିଯୋଗକୁ ନେଇ ଏଭଳି ଅପ୍ରୀତିକର ଘଟଣା ଘଟିଥିବା ସୂଚନା ମିଳିଛି।

ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ପତ୍ନୀ ଓ ଝିଅ ଏକ ଗାଡ଼ିରେ ରାଜମହଲ ଛକରୁ ଏଜି ଛକ ଅାଡକୁ ଅାସୁଥିଲେ। ତେବେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଅଭିଯୋଗକୁ ନେଇ ଏଜି ଛକରେ ଥିବା ଜଣେ ଟ୍ରାଫିକ୍ କନଷ୍ଟେବଲଙ୍କ ସହ ସେମାନଙ୍କ ବଚସା ହୋଇଥିଲା। ଏହି ସମୟରେ ଟ୍ରାଫିକ୍ କନଷ୍ଟେବଲ ଜଣଙ୍କ ତାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ କରିଛନ୍ତି ଏଡିଜିଙ୍କ ଝିଅ।

ପରେ ସେ ଏନେଇ ଭୁବନେଶ୍ୱର ଡିସିପିଙ୍କୁ ଜଣାଇଛନ୍ତି। ଖବର ପାଇ ଟ୍ରାଫିକ୍‌ ଥାନାରେ ପହଞ୍ଚିଥିଲେ ନିଜେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ। ତେବେ ଏନେଇ ସମ୍ପୃକ୍ତ ମହିଳା ଟ୍ରାଫିକ୍‌ କନଷ୍ଟେବଲ ନିଜର ପ୍ରତିକ୍ରିୟାରେ କହିଛନ୍ତି , ମୁଁ ମୋର ଦାୟିତ୍ୱ କରିଛି । କାର୍‌ ଚଳାଉଥିବା ମହିଳା ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିଲେ ।

ଆହୁରି ପଢ଼ନ୍ତୁ

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

You might also like