ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଏନଡିଏ ଯାହା କହେ ତାହା କରେ।  ବିହାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଦରଭଙ୍ଗାରେ ପ୍ରଚାର ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ୪୦କୋଟିରୁ ଅଧିକ ଗରିବଙ୍କ ବ୍ୟାଙ୍କ ଖାତା ଖୋଲା ସରିଛି । ଉଜ୍ଜ୍ୱଳା ଯୋଜନାରେ ବିହାରର ପ୍ରାୟ ୯୦ ଲକ୍ଷ ମହିଳାଙ୍କୁ ଧୂଆଁରୁ ମୁକ୍ତି ମିଳିଛି ।

କରୋନା କାଳରେ ବି ସମସ୍ତ ଗରିବଙ୍କୁ ମାଗଣାରେ ରାସନ ଦିଆଯାଉଛି । ସେହିପରି ଗରିବଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଏନ୍‌ଡିଏ ପ୍ରତିଶ୍ରୁତି ଦେଇଥିଲା । ଏବେ ସମସ୍ତ ଗରିବଙ୍କୁ ବିହାରରେ ମାଗଣା ଚିକିତ୍ସା ମିଳୁଥିବା ମୋଦି କହିଛନ୍ତି ।

ଖାଲି ସେତିକି ନୁହେଁ, ପ୍ରଚାର ବେଳେ ରାମମନ୍ଦିର କଥା ବି ଉଠଇଛନ୍ତି । ମା’ ସୀତାଙ୍କର କ୍ଷେତ୍ରକୁ ଆସି ସେ ନିଜକୁ ଧନ୍ୟ ମନେ କରୁଥିବା ମୋଦି କହିଛନ୍ତି । ରାମ ମନ୍ଦିର ନିର୍ମାଣ ପାଇଁ ବିହାରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ନିର୍ବାଚନୀ ସଭାରେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ମୋଦି । ଦିନେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ଆମକୁ ତାରିଖ ପଚାରୁଥିଲେ।  ଆଜି ଆମର କାମରେ ସେହିମାନେ ହିଁ ତାଳି ବଜାଇବାକୁ ବାଧ୍ୟ ହେଉଥିବା ମୋଦି କହିଛନ୍ତି ।
MODI_RALY_BIHAR_ELECTION_AVO_12NN
NARENDRA_MODI_BYTE_12NN

You might also like