ନବବର୍ଷ ୨୦୨୧ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ର
ସ୍ୱାସ୍ଥ୍ୟ ହିଁ ସଂପଦ, ଟିକା ସହ ସେଚତନତା ଜରୁରୀ
ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ହିଁ ସଂପଦ । ଏକଥା ବିଦାୟୀ ବର୍ଷ ୨୦୨୦ ଆମ ସମସ୍ତଙ୍କୁ ଭଲ ଭାବେ ଶିଖାଇ ଦେଇଛି । ୨୦୨୦ରେ କରୋନା ମହାମାରୀ ସହ ଲଢ଼େଇରେ ଆମେ ସଫଳ ହୋଇଛନ୍ତି । କରୋନା ଟିକାର ଉତ୍ପାଦନ ଅନ୍ତିମ ଚରଣରେ ପହଞ୍ଚିଥିଲେ ସୁଦ୍ଧା କରୋନା ନିୟମାବଳୀ ମାନିବା ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ନବବର୍ଷ ୨୦୨୧ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ର । ୨୦୨୦ ଦେଶ ତଥା ପୂରା ବିଶ୍ୱ ପାଇଁ ଚ୍ୟାଲେଞ୍ଜଭରା ଥିଲା । ତେବେ ୨୦୨୧ ଚିକିତ୍ସାର ନୂଆ ଆଶା ନେଇ ଆସୁଛି । ଗୁଜରାଟ ରାଜକୋଟରେ ‘ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍’ର (ଏମ୍ସ୍) ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ପ୍ରକଳ୍ପ ଯୋଗୁଁ ହଜାର ହଜାର କର୍ମସଂସ୍ଥାନ ସୃଷ୍ଟି ହେବ । ୨୦୧୪ ପୂର୍ବରୁ ଦେଶରେ ମାତ୍ର ୬ଟି ଏମ୍ସ୍ ତିଆରି ହୋଇପାରିଥିଲା । ଆଉ ୧୦ଟି ‘ଏମ୍ସ୍’ ସ୍ଥାପନ ଲାଗି ଗତ ୬ ବର୍ଷ ହେବ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ମୋଦି କହିଛନ୍ତି ।
ଭବିଷ୍ୟତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଆଗାମୀ ଦିନରେ ସମସ୍ତଙ୍କୁ କରୋନା ଟିକା ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ୨୦୨୧ରେ ଦେଶବ୍ୟାପୀ ଟିକାକରଣ ହେବ । ଦେଶରେ କରୋନାର ନୂଆ ମାମଲା ହ୍ରାସ ପାଇବାରେ ଲାଗିଛି । ତଥାପି ଆମକୁ ସଦାସର୍ବଦା ସଚେତନ ରହିବାକୁ ହେବ । ଏବେ ଔଷଧ ସହିତ ସଚେତନତା ବି ଜରୁରୀ । ଦେଶ ସ୍ୱାସ୍ଥ୍ୟର ଭବିଷ୍ୟତ ଏବଂ ଭବିଷ୍ୟତର ସ୍ୱାସ୍ଥ୍ୟକୁ ନେଇ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି ।
भारत Future of Health और Health of Future दोनों में ही सबसे महत्त्वपूर्ण रोल निभाने जा रहा है।
जहां दुनिया को Competent Medical Professionals भी मिलेंगे, उनका सेवाभाव भी मिलेगा।
– पीएम श्री @narendramodi #AIIMSinGujarat pic.twitter.com/gjyLHHJvdP
— BJP (@BJP4India) December 31, 2020
୨୦୨୦ ର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ବିଷୟରେ ବଡ ସୂଚନା ଦେଇଛନ୍ତି । ସ୍ୱଦେଶୀ ଟିକା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ଖୁବ ଶୀଘ୍ର ଆରମ୍ଭ ହେବ । ଏହି ଟିକାକରଣ ଅଭିଯାନକୁ ସଫଳ କରିବା ପାଇଁ ପୂରା ଭାରତବାସୀଙ୍କୁ ଏକଜୁଟ ହୋଇ ଆଗକୁ ବଢ଼ିବାକୁ ପଡ଼ିବ ।
India has emerged as the nerve center of global health. In the year 2021, we have to strengthen India’s role in healthcare: Prime Minister Narendra Modi https://t.co/XFpWuIqjit
— ANI (@ANI) December 31, 2020
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତର ଲକ୍ଷ ଲକ୍ଷ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମଚାରୀ ଅନ୍ୟାନ୍ୟ ସମ୍ମୁଖ ଯୋଦ୍ଧାଙ୍କ ନିସ୍ୱାର୍ଥ ସେବାଭାବକୁ ସ୍ମରଣ କରି ଧନ୍ୟବାଦ ଜଣାଇଛନ୍ତି । ବର୍ଷସାରା ନଖାଇ ନପିଇ ଲୋକଙ୍କ ସେବା କରିଥିବାରୁ ନତମସ୍ତକ ହୋଇ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଣାମ କରିଛନ୍ତି ।
India has emerged as the nerve center of global health. In the year 2021, we have to strengthen India’s role in healthcare: Prime Minister Narendra Modi https://t.co/XFpWuIqjit
— ANI (@ANI) December 31, 2020
ଭାରତ ପ୍ରତିକୂଳ ପରିସ୍ଥିତିରେ ସମୟ ଥାଉ ଥାଉ ଉପଯୁକ୍ତ ପଦେକ୍ଷପ ନେଇଥିଲା, ଯେଉଁଥିପାଇଁ ଏତେ ବଡ଼ ବିପଦ ଟଳିଯାଇଥିଲା । ଭାରତ ବାସୀଙ୍କ ସହାୟତା ପାଇଁ ହିଁ ଆଜି ଆମେ ଭଲ ସ୍ଥିତିରୁ ରହିଛୁ । ଦେଶରେ କରୋନା ମାମଲା କମିବାରେ ଲାଗିଛି । ସବୁଠାରୁ ବଡ଼ କଥା ହେଲା ଆମ ଦେଶରେ ପାଖାପାଖି ୧ କୋଟିରୁ ଅଧିକ ଲୋକ କରୋନାକୁ ପରାଜିତ କରି ଘରକୁ ଫେରିଛନ୍ତି ।