ସମୁଦ୍ରକୂଳ ସଫା କଲେ ମୋଦି

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସହ ଅନୌପଚାରିକ ଆଲୋଚନା ପାଇଁ ତାମିଲନାଡୁର ମହାବଳୀପୁରମ୍‌ (ମମ୍‌ଲ୍ଲାପୁରମ୍‌)ରେ ଅଛନ୍ତି।

ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦି ମହାବଳୀପୁରମ୍‌ର ଏକ ସମୁଦ୍ରକୂଳରେ ଜଙ୍ଗିଙ୍ଗ୍‌ ସମୟରେ ସମୁଦ୍ରକୂଳ ସଫା କରୁଥିବା ଦେଖିବାକୁ ମିଳିଛି।

ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି। ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ପଡ଼ିଥିବା ଅଳିଆ ଆବର୍ଜନାକୁ ଗୋଟାଇ ଏକ ଜରିରେ ରଖୁଥିବା ଦେଖିବାକୁ ମିଳୁଛି।

‘ଆଜି ସକାଳେ ମମ୍‌ଲ୍ଲାପୁରମ୍‌ର ଏକ ସମୁଦ୍ରକୂଳରେ ପାଖାପାଖି ୩୦ ମିନିଟ୍‌ ପ୍ଲଙ୍ଗିଗ୍‌(ଜଙ୍ଗିଗ୍‌ ସହ ସଫା-ସୁତୁରା) କରିବା ନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଏହା କହିଛନ୍ତି।

ଏହାସହ ସର୍ବସାଧାରଣ ସ୍ଥାନ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପ୍ରଧାନମନ୍ତ୍ରୀ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି।

ସୂଚନାଥାଉ କି, ଆଜି ପ୍ରଧାନମନ୍ତ୍ରୀ ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ମହାବଳୀପୁରମ୍‌ରେ ଆଲୋଚନା ହୋଇପାରେ। ଏହି ଆଲୋଚନାରେ ଉଭୟ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସ୍ଥାନ ପାଇବ ବୋଲି କୁହାଯାଉଛି।

ଅନୌପଚାରିକ ବୈଠକ ପାଇଁ ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ପାଇଁ ଗତକାଲି ଏକ ସ୍ୱତନ୍ତ୍ର ରାତ୍ର ଭୋଜନର ଆୟୋଜନ କରାଯାଇଥିଲା।

ଆହୁରି ମଧ୍ୟ ପଢ଼ନ୍ତୁ: ମୋଦି-ଜିନ୍‌ପିଙ୍ଗ୍‌ଙ୍କ ଡିନର୍‌ରେ ଏହି ସବୁ ସୁସ୍ୱାଦୁ ଖାଦ୍ୟ ସାମିଲ

ଆହୁରି ପଢ଼ନ୍ତୁ

କାଲିଠୁ କଟକ ସହରରୁ ହଟିବ ସଟ୍‌ଡାଉନ୍, ଖୋଲିବ ସପିଂ ମଲ୍‌‌, ହେଲେ…

ସିଲ୍‌ ହେଲା ଅଭିନେତ୍ରୀ ରେଖାଙ୍କ ବଙ୍ଗଳା

କଟକ ସହରରେ ସଟ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଗୁଜବ, ସିଏମ୍‌ସି କହିଲା FAKE

ହଟ୍‌ସ୍ପଟ୍‌ ଜିଲ୍ଲାରୁ କଟକ ସହରକୁ ଆସିଲେ ୧୪ ଦିନ କ୍ୱାରେଣ୍ଟିନ୍

ଏଣିକି ଦୈନିକ ୮ ହଜାର ହେବ କୋଭିଡ୍ ଟେଷ୍ଟ

ପୋଲିସର ବୟାନ ଆଉ ଭିଡିଓରେ ତାଳମେଳ ରହୁନି, ବିକାଶ ଦୁବେ ଏନକାଉଣ୍ଟରକୁ ନେଇ ଉଠିଲା ଏମିତି ପ୍ରଶ୍ନ

କଟକ ସହରରୁ ବାହରିଲେ ଆଉ ୧୬ କରୋନା ପଜିଟିଭ୍‌

ଓଡ଼ିଶା ବିଧାନସଭା ସଟ୍‌ଡାଉନ୍

ମାଓପ୍ରବଣ ତାଲିକାରୁ ଓଡ଼ିଶାର ୫ ଜିଲ୍ଲା ବାଦ୍‌

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଫିଲ୍ଲ ନିର୍ମାତା ଶେଖର ଦେଲେ ଚାଞ୍ଚଲ୍ୟକର ବୟାନ

ଗଞ୍ଜାମରେ ଅଟକିବନି ପାସେଞ୍ଜର ଟ୍ରେନ୍

ସପ୍ତାହରେ ଓଡ଼ିଶାରେ କରୋନା ନେଲାଣି ୨୩ ମୁଣ୍ଡ

You might also like