ଟ୍ରମ୍ପଙ୍କ ଟ୍ୱିଟର ଏମିତି ଉତ୍ତର ରଖିଲେ ମୋଦି

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ଆମେରିକା ମାଗିଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ)କୁ ଭାରତ ପଠାଇବ ବୋଲି ଅନୁମତି ଦେଇଛି। ଏହାକୁ ନେଇ ଭାରତକୁ ଧନ୍ୟବାଦ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବୁଧବାର ଟ୍ୱିଟ କରି ଟ୍ରମ୍ପ, ଭାରତକୁ ଧନ୍ୟବାଦ ଦେଇଥିଲେ। ଏଥସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା ମଧ୍ୟ କରିଥିଲେ ଟ୍ରମ୍ପ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ଟ୍ୱିଟ କରିଥିଲେ, ସେଥିରେ ସହମତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଭଳି ସମୟରେ ବନ୍ଧୁ ହିଁ ନିକଟତର ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଟ୍ରମ୍ପ ଟ୍ୱିଟ କରି କହିଥିଲେ, ‘HCQକୁ ନେଇ ଭାରତ ଓ ଭାରତୀୟଙ୍କ ନିଷ୍ପତ୍ତି ଓ ସାହାଯ୍ୟକୁ ଭୁଲି ହେବନି।ଏହି ଲଢେଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ କେବଳ ଭାରତକୁ ସହଯୋଗ କରିବ ନାହିଁ ବରଂ ଏହା ମାନବିକତାର ପରିଚୟ ଦେଇଛି।’

You might also like