ଦେଶବାସୀଙ୍କୁ ନୂଆ ନିବେଦନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ବିରୋଧରେ ଦେଶବାସୀ ଏକାଠି ହୋଇ ଲଢ଼େଇ କରୁଛନ୍ତି। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ଏକ ନୂଆ ନିବେଦନ କରିଛନ୍ତି।
“ଯଦି କେହି ସତରେ କିଛି ଭଲ କାମ କରିବାକୁ ଚାହୁଁଛନ୍ତି, ମୋଦିକୁ ଭଲ ପାଉଛନ୍ତି କିମ୍ବା ସମ୍ମାନିତ କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କୁ ମୋର ଗୋଟିଏ ନିବେଦନ, ସେମାନେ ଏପରି ନ କରି ବରଂ ଗୋଟିଏ ଗରିବ ପରିବାରର ସବୁ ଦାୟିତ୍ୱ ନିର୍ବାହ କରନ୍ତୁ, ଯେପର୍ଯ୍ୟନ୍ତ କରୋନା ଭାଇରସର ସଙ୍କଟ ଦେଶରେ ଅଛି। ମୋ ପାଇଁ ଏହାଠୁ ବଡ଼ ସମ୍ମାନ ଆଉ କିଛି ହୋଇ ନ ପାରେ ” ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି।
ସୂଚନାଥାଉ କି, ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଥିଲେ, କିଛି ଲୋକ ମୋଦିଙ୍କୁ ସମ୍ମାନିତ କରିବା ପାଇଁ ୫ ମିନିଟ୍ ଛିଡ଼ା ହେବା ଦରକାର ବୋଲି ପ୍ରଚାର କରୁଥିବା ମୋର ଦୃଷ୍ଟିକୁ ଆସିଛି। ହେଲେ ଏହା ଦେଖି ଲାଗୁଛି, କିଛି ଲୋକ ମୋଦିଙ୍କୁ ଅଯଥା ବିବାଦରେ ଫସାଇବା ପାଇଁ ଚକ୍ରାନ୍ତ କରୁଛନ୍ତି।
मेरे ध्यान में लाया गया है कि कुछ लोग यह मुहिम चला रहे हैं कि 5 मिनट खड़े रहकर मोदी को सम्मानित किया जाए। पहली नजर में तो यह मोदी को विवादों में घसीटने की कोई खुराफात लगती है।
— Narendra Modi (@narendramodi) April 8, 2020