ବଢିପାରେ ଲକ୍‌ଡାଉନ ଅବଧି-ସୂଚନା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଲକଡାଉନ ଅବଧି ମେ’୩ ତାରିଖରେ ଶେଷ ହେବ। ହେଲେ ତା‘ପରେ ଲକ୍‌ଡାଉନ ଅବଧି ବଢିବ କି ନାହିଁ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। କାରଣ ଏ ପର୍ଯ୍ୟନ୍ତ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ। ତେଣୁ ଲକ୍‌ଡାଉନ ଅବଧି ବଢିବାର ଯଥେଷ୍ଟ ସମ୍ଭାବନା ରହିଛି।  ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ସଙ୍କେତ ଦେଇଛନ୍ତି।

ତେବେ ପୂର୍ବଭଳି ଲକଡାଉନ ଜାରି କରାଯାଇ ନ ପାରେ। କେବଳ କରୋନା ହଟସ୍ପଟ ଅଞ୍ଚଳରେ ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏବେ ରାଜ୍ୟଗୁଡ଼ିକ ରେଡ ଜୋନକୁ ଅରେଞ୍ଜ ଓ ପରେ ଗ୍ରୀନ ଜୋନ ଭାବେ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବା ଦରକାର ବୋଲି ମୋଦି କହିଛନ୍ତି।

ଲକଡାଉନକୁ କୋହଳ କରିବା ପୂର୍ବରୁ ରାଜ୍ୟଗୁଡ଼ିକ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିବା ଉଚିତ। ଲକଡାଉନ କୋହଳ ହେଲେ ମଧ୍ୟ ରାଜ୍ୟଗୁଡ଼ିକ ସବୁ ସ୍ଥାନ ଉପରେ ନଜର ରଖିବେ। ବିଶେଷ କରି ହଟସ୍ପଟ ଅଞ୍ଚଳ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଆଗାମୀ କିଛି ମାସ ବେଶ ଗୁରୁତ୍ୱପୂର୍ଣ୍ଣ। ମାସ୍କ ଆଗକୁ ମଧ୍ୟ ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ ବୋଲି ମୋଦି କହିଛନ୍ତି।

ଆଜିର ବୈଠକ ବେଳେ ୪ ଜଣ ମୁଖ୍ୟମନ୍ତ୍ରୀ ଲକଡାଉନ ଅବଧିକୁ ବୃଦ୍ଧି କରିବା ସପକ୍ଷରେ ମତ ଦେଇଥିବା ଜଣାପଡ଼ିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଚଳିତ ମାସରେ ମୋଦି ପୁଣି ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହି ସମୟରେ ଲକଡାଉନ ବୃଦ୍ଧି ସମ୍ପର୍କରେ ବିଧିବଦ୍ଧ ଘୋଷଣା କରିପାରନ୍ତି।

କରୋନା ଯୋଗୁ ଦେଶରେ ପ୍ରଥମେ ମାର୍ଚ୍ଚ ୨୫ରୁ ୨୧ ଦିନିଆ ଲକଡାଉନ ଜାରି କରାଯାଇଥିଲା। ଏହାପରେ ଏହାକୁ ମେ’ ୩ ଯାଏ ବୃଦ୍ଧି କରାଯାଇଛି। ମେ’ ୩ ତାରିଖ ରାତି ୧୨ଟାରେ ଏହି ଲକଡାଉନ ଅବଧି ଶେଷ ହେବାକୁ ଯାଉଛି।

ଆହୁରି ପଢ଼ନ୍ତୁ

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

You might also like