‘ପିଏମ୍ କେୟାର୍ସ’ ଫଣ୍ଡ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ୨୫ କୋଟି ଟଙ୍କା ଦାନ କଲେ ଅକ୍ଷୟ
ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ଲାଗି ଦେଶବାସୀ ଏବେ ଏକାଠି ହୋଇଛନ୍ତି। ଏହି ମହାମାରୀର ମୁକାବିଲା ଲାଗି ଅନେକ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ସହାୟତାର ହାତ ବଢ଼ାଇଛନ୍ତି। କିଏ ସେମାନଙ୍କର ଦରମା ଦାନ କରୁଛନ୍ତି ତ ଆଉ କିଏ ଅତି ଜରୁରୀ ଜିନିଷ ସବୁ ଦାନ କରୁଛନ୍ତି। ଏସବୁ ଭିତରେ ବିଜେପି ଏକ ବଡ଼ ଘୋଷଣା କରିଛି।
ଏଭଳି ସମୟରେ ଭାରତର ବିଭିନ୍ନ ଲୋକ ଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରୁଥିବାରୁ ସେମାନଙ୍କ ପାଇଁ ‘ପିଏମ୍ କେୟାର୍ସ’ ନାମରେ ଏକ ଫଣ୍ଡ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି।
ଏହାର ପୂର୍ଣ୍ଣ ନାମ ରହିଛି, “ପ୍ରାଇମ୍ ମିନିଷ୍ଟର୍ସ ସିଟିଜେନ୍ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍ ଇନ୍ ଇମର୍ଜେନ୍ସି ସିଚ୍ୟୁଏସନ୍ସ ଫଣ୍ଡ”। ବର୍ତ୍ତମାନ କରୋନା ଯେଉଁଭଳି ଜରୁରୀକାଳୀନ ସ୍ଥିତି ସୃଷ୍ଟି କରିଛି ଏବଂ ଆଗକୁ ଏଭଳି ସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ଫଣ୍ଡର ଆବଶ୍ୟକତା ଅନୁଭବ କରି ଏହି ପଦକ୍ଷେପ ନିଆଯାଇଛି।
ଏହି ଟ୍ରଷ୍ଟର ଅଧ୍ୟକ୍ଷ ଦେଶର ପ୍ରଧାନମନ୍ତ୍ରୀ ରହିବେ। ଏତଦ୍ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଏହାର ସଦସ୍ୟ ରହିବେ। ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନମାନେ ଯେଉଁମାନେ ଦାନ କରିବାକୁ ଚାହୁଁଛନ୍ତି ସେମାନେ pmindia.gov.in ୱେବସାଇଟ୍କୁ ଯାଇ ସେଥିରେ ଦିଆଯାଇଥିବା ବ୍ୟାଙ୍କ ତଥ୍ୟ ଅନୁଯାୟୀ ଦାନ କରିପାରିବେ।
ସେହିପରି ୟୁପିଆଇରେ ଦାନ କରିବା ପାଇଁ pmcares@sbi ୟୁପିଆଇ ଆଇଡି ବ୍ୟବହାର କରିବାକୁ ହେବ।
People from all walks of life expressed their desire to donate to India’s war against COVID-19.
Respecting that spirit, the Prime Minister’s Citizen Assistance and Relief in Emergency Situations Fund has been constituted. This will go a long way in creating a healthier India.
— Narendra Modi (@narendramodi) March 28, 2020
ପ୍ରଧାନମନ୍ତ୍ରୀ ମୋଦି ‘ପିଏମ୍ କେୟାର୍ସ’ ଫଣ୍ଡ ଘୋଷଣା କରିବାର କିଛି ସମୟ ପରେ ବଲିଉଡ ଅଭିନେତା ଅକ୍ଷୟ କୁମାର ୨୫ କୋଟି ଟଙ୍କା ଦାନ କରିଛନ୍ତି। ଏନେଇ ଅକ୍ଷୟ ଟ୍ୱିଟ କରି ସୂଚନା ଦେଇଛନ୍ତି।
This is that time when all that matters is the lives of our people. And we need to do anything and everything it takes. I pledge to contribute Rs 25 crores from my savings to @narendramodi ji’s PM-CARES Fund. Let’s save lives, Jaan hai toh jahaan hai. 🙏🏻 https://t.co/dKbxiLXFLS
— Akshay Kumar (@akshaykumar) March 28, 2020