ଲକ୍‌ଡାଉନ୍‌କୁ ନେଇ ପୁଣି ଦେଶବାସୀଙ୍କୁ ସମ୍ବୋଧନ କରିପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରାଦେଶକୁ ୨୧ ଦିନ ପାଇଁ ଲକ୍‌ଡାଉନ୍‌ କରାଯାଇଛି। ଏପ୍ରିଲ ୧୪ରେ ଏହି ଲକ୍‌ଡାଉନ୍‌ ଅବଧି ଶେଷ ହେଉଛି।

ଲକ୍‌ଡାଉନ୍‌ ଅବଧି ବୃଦ୍ଧି ହେବ ନା ନାହିଁ ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଦେଶବାସୀଙ୍କୁ ସମ୍ବୋଧନ କରିପାରନ୍ତି। ତେବେ ଏହି  ନିଷ୍ପତ୍ତି ପୂର୍ବରୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିବେ।  ଦେଶରେ କରୋନାର ମୁକାବିଲା କଣ ପଦକ୍ଷେପ ନିଆଯାଉଛି ସେ ନେଇ ଆଲୋଚନା ହେବ।  ଆଲୋଚନା ପରେ ଲକଡାଉନ ଅବଧି ବୃଦ୍ଧି ହେବ କି ନାହିଁ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିପାରନ୍ତି।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏକାଧିକ ରାଜ୍ୟ ସରକାର ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି।

ସୂଚନା ଅନୁସାରେ, ଯଦି ଲକ୍‌ଡାଉନ୍‌ ଅବଧି ବୃଦ୍ଧି ହୁଏ, ତେବେ କିଛିଟା ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । 

ସୂଚନାଥାଉ କି, ଏପ୍ରିଲ ୧୪ରେ ଲକ୍‌ଡାଉନ୍‌ ଅବଧି ଶେଷ ହେଉଛି। ତେବେ ଓଡ଼ିଶା ସରକାର ଏପ୍ରିଲ ୩୦ ଯାଏ ଲକ୍‌ଡାଉନ୍‌ ଅବଧି ବଢ଼ାଇ ଦେଇଛନ୍ତି। ସମଗ୍ର ଦେଶରେ ପ୍ରଥମ କରି ଓଡ଼ିଶା ସରକାର ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି।

ଅନ୍ୟପକ୍ଷରେ, କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୧୯୯ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

You might also like