ପାଣ୍ଡିଆନଙ୍କ ନାଁରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ

ଭୁବନେଶ୍ୱର: ପୁଣି ବିବାଦରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍। ମଧ୍ୟାହ୍ନ ଭୋଜନ ଏବଂ ଆହାରକୁ ନେଇ ହାଇକୋର୍ଟରେ ତାଙ୍କ ବିରୋଧରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ଜନସସ୍ୱାର୍ଥ ମାମଲା ଦାଖଲ ହୋଇଛି। ଏଥିରେ ପାଣ୍ଡିଆନ ଓ ଅନ୍ୟ ୯ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଅଭିଯୋଗ ଅନୁଯାୟୀ ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ପାଣ୍ଡିଆନ ମାନା ଟ୍ରଷ୍ଟ ନାମକ ଏକ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି। ଏହି ଟ୍ରଷ୍ଟକୁ ବିନା ଟେଣ୍ଡରରେ ୧୭ଟି ଜିଲ୍ଲାରେ ଆହାର ଏବଂ ୩ଟି ଜିଲ୍ଲାରେ MDM ଯୋଗାଣ ଦାୟିତ୍ୱ ଦିଆଯାଇଛି। ଏହି ସଂସ୍ଥାକୁ ସରକାରୀ ଗୃହ ମାଗଣା ଦିଆଯାଇ ଅନୁକମ୍ପା ଦେଖାଯାଇଛି।

ସମ୍ପୃକ୍ତ ସଂସ୍ଥାର ମୁଖ୍ୟ ଲୀନା ଯୋଶେଫ୍, ପାଣ୍ଡିଆନଙ୍କ ନିକଟ ସମ୍ପର୍କୀୟ ବୋଲି ମଧ୍ୟ ଏଥିରେ ଅଭିଯୋଗ ହୋଇଛି। ମାମଲାର ସିବିଆଇ କିମ୍ବା ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦାବି କରାଯାଇଛି।  ଏଥିଯୋଗୁଁ ସରକାରଙ୍କ କ୍ଷତି ହୋଇଥିବା ରାଜସ୍ୱ ଆଦାୟ କରାଯିବାକୁ ପ୍ରାର୍ଥନା କରିଛନ୍ତି ଆବେଦନକାରୀ।   ତେବେ ଏନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like