ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗ; ନବୀନଙ୍କ ସମର୍ଥନ ଲୋଡ଼ିଲେ ମୋଦି

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ଯୋଗେ କଥା ହୋଇଛନ୍ତି।  ଏନ୍‌ଡିଏ ତରଫରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀଙ୍କୁ କହିଥିବା ଜଣାପଡ଼ିଛି। ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କୁ ଏହା ଏବେ ଚର୍ଚ୍ଚାର ଖୋରାକ୍‌ ଯୋଗାଇଛି।

ସେପଟେ ହରିବଂଶ ନାରାୟଣ ସିଂହ ମଧ୍ୟ ବିଜେଡିର ସମର୍ଥନ ଲୋଡିଛନ୍ତି। ସେ ସଂସଦରେ ବିଜେଡିର ଦଳୀୟ ଅଫିସ୍‌ରେ ପହଞ୍ଚି ସମର୍ଥନ ଲୋଡ଼ିଥିଲେ।

ନିର୍ବାଚନ ପାଇଁ ବିରୋଧୀଙ୍କ ମିଳିତ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସର ବି.କେ. ହରିପ୍ରସାଦ। ଆଜି ସେ ନିଜ ନାମାଙ୍କନ ଦାଖଲ କରିଛନ୍ତି। ହରିପ୍ରସାଦ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କୁ ମିଳିତ ଭାବେ ବିରୋଧୀ ଦଳଗୁଡ଼ିକ ପ୍ରାର୍ଥୀ କରିଛନ୍ତି।

ହରିପ୍ରସାଦ ଏକଥା ମଧ୍ୟ କହିଛନ୍ତି, ବିଜେଡିର ସମର୍ଥନ ହାସଲ ଲାଗି କଂଗ୍ରେସ ନେତାମାନେ ବିଜେଡି ସହିତ ଆଲୋଚନା କରୁଛନ୍ତି।

 

 

You might also like