ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ। ଓଡ଼ିଶାର ସମ୍ ସମେତ ଦେଶରେ ୨୧ଟି ସଂସ୍ଥାରେ ଏହି ପରୀକ୍ଷଣ କରାଯିବ। ଦେଶର ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ପରୀକ୍ଷଣରେ ସାମିଲ ହେବେ ବୋଲି ଓଡ଼ିଶା କ୍ଲିନିକାଲ ଟ୍ରାଏଲ ମୁଖ୍ୟ ଇ.ଭେଙ୍କଟରାଓ ସୂଚନା ଦେଇଛି।

ଓଡ଼ିଶାର ୨ ହଜାର ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ଦିଆଯିବ। କୋଭାକ୍ସିନ୍ ଟିକା ରୋଗ ଏଡ଼ାଇ ପାରିଲା କି ନାହିଁ ୩ୟ ପର୍ଯ୍ୟାୟରେ ଜଣାପଡ଼ିବ। ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ ବର୍ଗର ଲୋକଙ୍କ ଠାରେ ଏହି ଟିକାର ପରୀକ୍ଷଣ କରାଯିବା ନେଇ ସୂଚନା ମିଳିଛି।

ଅକ୍ଟୋବର ୨୩ ତାରିଖରେ କରୋନା ଟିକା କୋଭାକ୍ସିନକୁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଲାଗି ଅନୁମତି ମିଳିଥିଲା। ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ଅଫ ଇଣ୍ଡିଆ ବା ଡିସିଜିଆଇ କୋଭାକ୍ସିନ୍‌ର ତୃତୀୟ ପରୀକ୍ଷଣ ପାଇଁ ଆଇସିଏମଆର ସହିତ ମିଶି ଟୀକା ପ୍ରସ୍ତୁତ କରୁଥିବା କମ୍ପାନୀ ଭାରତ ବାୟୋଟେକ୍‌କୁ ଅନୁମତି ଦେଇଥିଲା।

ଏ ନେଇ କମ୍ପାନୀ ଗତ ୨ ତାରିଖରେ DCGI ନିକଟରେ ଆବେଦନ କରିଥିଲା କମ୍ପାନୀ। ଦେଶର ୧୦ଟି ରାଜ୍ୟର ୧୯ଟି ସ୍ଥାନ  ଯଥା ଦିଲ୍ଲୀ, ମୁମ୍ବାଇ, ପାଟ୍‌ନା, ଲକ୍ଷ୍ନୌ ଆଦି ସ୍ଥାନରେ ପରୀକ୍ଷା କରାଯିବ।  ୧୮ ବର୍ଷରୁ ଅଧିକ ୨୮ ହଜାର ୫୦୦ ବ୍ୟକ୍ତିଙ୍କଠାରେ ଏହି ଟୀକାର ପରୀକ୍ଷଣ କରିବ ବୋଲି ଆବେଦନରେ ଦର୍ଶାଇଛି।

You might also like