ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପିଜି କ୍ଲାସ୍

  • ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପିଜି ପ୍ରଥମ ବର୍ଷ କ୍ଲାସ୍
  • ୮ ତାରିଖରୁ ଖୋଲିବ ହଷ୍ଟେଲ୍
  • ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପ୍ରି-ଫାଇନାଲ ଇୟର କ୍ଲାସ
  • ଏପ୍ରିଲ ୧୯ରୁ ଆରମ୍ଭ ହେବ ଯୁକ୍ତ +୩ର ୩ୟ ଓ ୫ମ ସେମିଷ୍ଟର ପରୀକ୍ଷା
  • ଜୁଲାଇ ୨୦ ସୁଦ୍ଧା ପ୍ରକାଶ ପାଇବ ପିଜି ପ୍ରଥମ ସେମିଷ୍ଟର ରେଜଲ୍ଟ
  • ଜୁନ୍ ୭ରୁ ଆରମ୍ଭ ହେବ ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର: ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପିଜି ପ୍ରଥମ ବର୍ଷର କ୍ଲାସ୍। ଆଜି ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ପିଜି ପ୍ରଥମ ବର୍ଷର କ୍ଲାସ୍ ଖୋଲୁଥିବାରୁ ହଷ୍ଟେଲ୍ ୮ ତାରିଖରୁ ଖୋଲୁଛି। ସେହିପରି ପ୍ରି-ଫାଇନାଲ ଇୟର କ୍ଲାସ ମଧ୍ୟ ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ।

ଯୁକ୍ତ +୩ର ୩ୟ ସେମିଷ୍ଟର ଓ ୫ମ ସେମିଷ୍ଟର ପରୀକ୍ଷା ଏପ୍ରିଲ ୧୯ରୁ ଆରମ୍ଭ ହେବ। ପରୀକ୍ଷା ଏପ୍ରିଲ ୧୯ରୁ ୩୦ ଯାଏଁ  ଚାଲିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ମେ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ। ସେହିପରି ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ଜୁନ୍ ୭ରୁ ଜୁନ୍ ୧୯ ଯାଏ ଚାଲିବ। ପିଜି ପ୍ରଥମ ସେମିଷ୍ଟର ରେଜଲ୍ଟ ଜୁଲାଇ ୨୦ ସୁଦ୍ଧା ପ୍ରକାଶ ପାଇବ ବୋଲି କହିଛନ୍ତି ମନ୍ତ୍ରୀ।

କୋଭିଡ ଗାଇଡଲାଇନ୍ ପାଳନ କରି କ୍ଲାସରେ ବ୍ୟବସ୍ଥା କରାଯିବ। ସାମାଜିକ ଦୂରତା, ସାନିଟାଇଜେସନ୍ ଏବଂ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି।  

ସୂଚନା ଥାଉ କି, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଶିକ୍ଷାବର୍ଷରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଥିଲା। ଅନ୍‌ଲାଇନରେ ପିଲାଙ୍କୁ ଶିକ୍ଷାଦାନ କରାଯାଉଥିଲା। ପ୍ରଥମ ପର୍ଯ୍ୟାୟରେ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଥିଲା। ଏହି କ୍ରମରେ ଜାନୁଆରୀ ୮ରୁ ଦ୍ୱାଦଶ ଓ ଦଶମ ଶ୍ରେଣୀ କୋଭିଡ କଟକଣା ଭିତରେ ଖୋଲିଥିଲା। ପରେ ଅଙ୍ଗନବାଡି ଖୋଲିବା ପାଇଁ ସରକାର ଅନୁମତି ଦେଇଥିଲେ।  ଆସନ୍ତା ୮ ତାରିଖରୁ ୯ମ ଓ ଏକାଦଶ ଶ୍ରେଣୀ ଖୋଲିବ ବୋଲି ଆଜି ଘୋଷଣା କରିଛନ୍ତି।

 

You might also like