ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରାଦେଶକୁ ୨୧ ଦିନ ପାଇଁ ଲକଡାଉନ କରାଯାଇଛି। ଏସବୁ ଭିତରେ କିଛି ସହରରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି।

ମୁମ୍ବାଇ, ବେଙ୍ଗାଲୁରୁ ଓ କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧ ଟଙ୍କାରୁ ୧ ଟଙ୍କା ୫୮ ପଇସା ଯାଏ ବୃଦ୍ଧି ପାଇଥିବା ଜଣାପଡିଛି।

ରାଜ୍ୟ ସରକାରଙ୍କ ଦ୍ୱାରା VATରେ  ବୃଦ୍ଧି ଯୋଗୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ସୂଚନା ମିଳିଛି।

ମୁମ୍ବାଇ ଓ କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦର ୧ ଟଙ୍କା ବୃଦ୍ଧି ପାଇଥିବାବେଳେ ବେଙ୍ଗାଲୁରୁରେ ଲିଟର ପିଛା ପେଟ୍ରୋଲ ଦର ୧ ଟଙ୍କା ୫୮ପଇସା ଓ ଡିଜେଲ ଦର ୧ ଟଙ୍କା ୫୫ ପଇସା ବୃଦ୍ଧି ପାଇଛି।

You might also like