ନୂଆବର୍ଷରେ ପ୍ରଥମ ଥର ପାଇଁ ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ:ଲଗାତାର ୨୯ ଦିନ ସ୍ଥିର ରହିବା ପରେ ଆଜି ତୈଳଦରରେ ପରିବର୍ତ୍ତନ ଘଟିଛି। ତେଲ କମ୍ପାନୀ ପ୍ରତିଦିନ ସକାଳୁ ପେଟ୍ରୋଲ-ଡିଜେଲ ରେଟ ରିଭାଇଜ୍‌ କରନ୍ତି। ଗତ ୨୯ ଦିନ ଧରି ଏହାର ରେଟ୍‌ରେ କୌଣସି ପରିବର୍ତ୍ତନ ଘଟି ନଥିବାବେଳେ ନୂଆ ବର୍ଷରେ ପ୍ରଥମ ଥର ପାଇଁ ଆଜି ପରିବର୍ତ୍ତନ ଦେଖା ଦେଇଛି। ଆଜି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି।

ଇଣ୍ଡିଆ ଅଏଲ ୱେବସାଇଟରୁ ମିଳିଥିବା ସୂଚନାରୁ ଜଣାଯାଇଛି, ଆଜି ଡିଜେଲ ଦର ଲିଟର ପିଛା ୨୫ରୁ ୨୭ ପଇସା ଏବଂ ପେଟ୍ରୋଲ ଦର ଲିଟର ପିଛା ୨୪ରୁ ୨୬ ପଇସା ବୃଦ୍ଧି ପାଇଛି।

ଇଣ୍ଡିଆନ ଅଏଲ ୱେବସାଇଟ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୮୩.୯୭ ଟଙ୍କାରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ଦର ୯୦.୬୦ ଟଙ୍କା ରହିଛି। ଅନ୍ୟପକ୍ଷେ କୋଲକାତାରେ ୮୫.୪୪ ଟଙ୍କା ଏବଂ ଚେନ୍ନାଇରେ ୮୬.୭୫ ଟଙ୍କା ରହିଛି।

ଡିଜେଲ ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ଡିଜେଲ ଲିଟର ପିଛା ଦର ୭୪.୧୨ ଟଙ୍କା ଥିବାବେଳେ ମୁମ୍ବାଇରେ ୮୦.୭୮ ଟଙ୍କା ରହିଛି। ସେହିପରି କୋଲକାତାରେ ଡିଜେଲ ଲିଟର ପିଛା ଦର ୭୭.୭୦ ଟଙ୍କା ଏବଂ ଚେନ୍ନାଇରେ ୭୯.୪୬ଟଙ୍କା ରହିଛି। ଲଗାତର ପେଟ୍ରାଲ ଓ ଡିଜେଲ ଦର ବୃଦ୍ଧି ଘଟୁଥିବାରୁ ଗ୍ରାହକମାନେ ଚିନ୍ତାରେ ପଡି ଯାଇଛନ୍ତି।

ସୂଚନାଥାଉ କି, ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲର ପରିବର୍ତ୍ତିତ ଦର ଜଣାପଡ଼ିଥାଏ। ସକାଳ ୬ଟାରୁ ହିଁ ପେଟ୍ରୋଲ ଓ ଡିଜେଲର ନୂଆ ଦର ଲାଗୁ ହୋଇଥାଏ।

 

You might also like