ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ

ଗଞ୍ଜାମ: ରାସ୍ତା ନଥିବାରୁ ପୁଣି ଖଟରେ ବୁହାହେଲେ ଗର୍ଭବତୀ। ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରତାପପୁର ପଞ୍ଚାୟତର ଜଣେ ଗର୍ଭବତୀ ପ୍ରସବ କଷ୍ଟ ହେବା ପରେ ପରିବାର ପକ୍ଷରୁ ୧୦୨ଅାମ୍ବୁଲାନସକୁ ଖବର ଦେଇଥିଲେ। କିନ୍ତୁ ରାସ୍ତା ଖରାପ ଥିବାରୁ ଅାମ୍ବୁଲାନ୍ସ ଗାଁ ଭିତରକୁ ଯାଇ ନପାରିବାରୁ ଗର୍ଭବତୀଙ୍କୁ ଖଟରେ ବୋହି ଅାମ୍ବୁଲାନ୍ସ ନିକଟକୁ ନିଅାଯାଇଥିଲା।

ପରେ ଗର୍ଭବତୀଙ୍କୁ ଭଂଜନଗର ମେଡିକାଲକୁ ନିଅାଯାଇଥିଲା। ସେଠାରେ ସେ ଯମଜ ସନ୍ତାନ ଜନ୍ମ ଦେଇଥିଲେ। ମା ଓ ଦୁଇ ଶିଶଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି।

 

You might also like