ସେପ୍ଟେମ୍ବର ପୂର୍ବରୁ ଡ୍ରାଇଭିଂ, ଲର୍ଣ୍ଣର ଲାଇସେନ୍ସ ଆବେଦନ ମନା

ଭୁବନେଶ୍ୱର: ସେପ୍ଟେମ୍ବର ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ(DL) ଓ ଲର୍ଣ୍ଣର ଲାଇସେନ୍ସ(LL) ପାଇଁ ଆବେଦନ କରି ହେବନି। କିନ୍ତୁ ପୂର୍ବରୁ ଆବେଦନ କରିଥିବା ଆବେଦନକାରୀଙ୍କୁ ଜୁଲାଇରୁ ମିଳିବ ନୂଆ ସ୍ଲଟ୍। ପ୍ରାୟ ଅଢ଼େଇ ଲକ୍ଷ ଆବେଦନକାରୀଙ୍କ ପାଇଁ ନୂଆ ସମୟ ଧାର୍ଯ୍ୟ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ଜୁନ୍‌ ୧୧ରୁ ପୁଣିଥରେ ସ୍ଲଟ୍‌ ବୁକିଂ ‌ଆରମ୍ଭ ହୋଇଛି।  ସେହିଭଳି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ୨୨ ତାରିଖ ଠାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ।

ଯେଉଁମାନେ ଡିଏଲ୍ ପାଇଁ ସ୍ଲଟ୍‌ ବୁକିଂ କରିବେ, ସେମାନଙ୍କ ଟେଷ୍ଟ ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେବ। ତେବେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ୍‌ ବୁକିଂ କରିଥିବା ବ୍ୟକ୍ତିଙ୍କ ଚଳିତ ମାସ ୨୯ରୁ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ଦେବେ। ଟେଷ୍ଟିଂ ବେଳେ ସାମାଜିକ ଦୂରତ୍ୱ ନିୟମ ପାଳନ ନେଇ RTOଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ ଆବେଦନକାରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସେହିପରି ଆବେଦନକାରୀଙ୍କୁ ଟେଷ୍ଟ୍‌ ସେଣ୍ଟର ଭିତରକୁ ନିଜ ସାଙ୍ଗସାଥି କିମ୍ବା ସମ୍ପର୍କୀୟଙ୍କୁ ଆଣିବାକୁ ବାରଣ କରାଯାଇଛି। ଏଥିସହ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରୁ କେହି ଆବେଦନକାରୀ ଟେଷ୍ଟ୍ ପାଇଁ ଆସିଲେ ଏ ନେଇ ତୁରନ୍ତ ପୁଲିସ୍‌କୁ ଖବର ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

You might also like