ଏପ୍ରିଲ ୧୫ ଯାଏ ସିଲ୍‌ ହେବ ୟୁପିର ୧୫ ଜିଲ୍ଲା

ଲକ୍ଷ୍ନୌ: ମହାମାରୀ କରୋନା ପାଇଁ ସାରା ଦେଶରେ ଜାରି ହୋଇଥିବା ଲକଡାଉନ ଆସନ୍ତା ୧୪ ତାରିଖରେ ଶେଷ ହେବ। ଏହି ଲକଡାଉନ ଅବଧିକୁ ବୃଦ୍ଧି କରିବା ପାଇଁ କିଛି ରାଜ୍ୟ ଦାବି କରୁଛନ୍ତି। ତେବେ କେନ୍ଦ୍ର ସରକାର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଉତ୍ତର ପ୍ରଦେଶ ସରକାର ବଡ଼ ଘୋଷଣା କରିଛନ୍ତି।

ୟୁପି ସରକାର ରାଜ୍ୟର ୧୫ଟି ଜିଲ୍ଲାକୁ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏ ସଂପୂର୍ଣ୍ଣ ଭାବେ ସିଲ ପାଇଁ ଘୋଷଣା କରିଛନ୍ତି। ଆଜି ମଧ୍ୟ ରାତ୍ରରୁ ଏହା ଲାଗୁ ହେବ।

ଅର୍ଥାତ ଏଠାକାର କୌଣସି ଲୋକ ବାହାରକୁ ବାହାରି ପାରିବେ ନାହିଁ କିମ୍ବା ବାହାର ଲୋକ ଏଠାକୁ ଆସି ପାରିବେ ନାହିଁ। ଏହି ୧୫ଟି ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ଲୋକଙ୍କ ଘରେ ପହଞ୍ଚା ଯିବ ବୋଲି ୟୁପି ସରକାର ଘୋଷଣା କରିଛନ୍ତି। 

ଯେଉଁ ୧୫ ଜିଲ୍ଲାକୁ ସଂପୂର୍ଣ୍ଣ ରୂପେ ସିଲ କରାଯାଇଛି ସେ ଗୁଡ଼ିକ ହେଲା-ଲକ୍ଷ୍ନୌ, ଆଗ୍ରା, ଗାଜିଆବାଦ, ଗୌତମବୁଦ୍ଧ ନଗର(ନୋଏଡା), କାନପୁର, ବାରାଣସୀ, ଶାମଲି, ମୀରଟ, ବରେଲୀ, ବୁଲନ୍ଦଶହର, ଫିରୋଜାବାଦ, ମହାରାଜଗଞ୍ଜ, ସୀତାପୁର, ସାହରନପୁର ଓ ବସ୍ତି।

ୟୁପିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ଶହରୁ ଅଧିକ ଟପିଛି।

You might also like