ଆଇସିଜେ ଛାଟ; କୁଳଭୂଷଣଙ୍କ ପାଇଁ ଆର୍ମି ଆଇନ୍‌ ପରିବର୍ତ୍ତନ କଲା ପାକିସ୍ତାନ

ଇସଲାମାବାଦ: ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ୍‌(ଆଇସିଜେ)ର ଛାଟ ପରେ ଏବେ ପାକିସ୍ତାନ ଅକଳରେ ପଡ଼ିଯାଇଛି। ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାକୁ ଏକପାଖିଆ ଭାବେ ସାମାରିକ କୋର୍ଟରେ ବିଚାରକରି ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିବା ପାକିସ୍ତାନ ଏବେ ନିଜର ନିଷ୍ପତ୍ତି ବଦଳାଇଛି।

କୁଳଭୂଷଣ ଏବେ ସିଭିଲିଆନ୍‌ କୋର୍ଟରେ ନିଜ ନିର୍ଦ୍ଦୋଷର ପ୍ରମାଣ ଦେବାକୁ ଆବେଦନ କରିପାରିବେ ବୋଲି ପାକିସ୍ତାନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏଥପାଇଁ ପାକିସ୍ତାନ ସରକାର ନିଜ ଦେଶର ଆର୍ମି ଆଇନ୍‌ରେ ସଂଶୋଧନ ମଧ୍ୟ କରିଛନ୍ତି। ସୂତ୍ର ଅନୁସାରେ, ଯାଦବଙ୍କ ପାଇଁ ପାକିସ୍ତାନ ତା’ର ଆର୍ମି ଆକ୍ଟରେ ପରିବର୍ତ୍ତନ କରିଛି। ପୂର୍ବରୁ ଆର୍ମି ଆକ୍ଟରେ ଥିବା ବ୍ୟବସ୍ଥା ଅନୁଯାୟୀ, ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହେଉଥିବା ବ୍ୟକ୍ତିବିଶେଷ ବା ସଂଗଠନଙ୍କ ବିଚାର ପାକିସ୍ତାନ ସେନାର ସାମରିକ କୋର୍ଟରେ କରାଯାଉଥିଲା। ହେଲେ ଏବେ ଏହି ଆଇନ୍‌ରେ ସ୍ୱତନ୍ତ୍ର ସଂଶୋଧନ କରାଯାଇଛି।

ଏହାର ଅର୍ଥ କୁଳଭୂଷଣ ଯାଦବ ନିଜର ଗିରଫଦାରୀ ବିରୋଧରେ ସିଭିଲିଆନ କୋର୍ଟ ବା ସାଧାରଣ ଲୋକଙ୍କ ମାମଲା ଗୁଡ଼ିକର ଶୁଣାଣି ହେଉଥିବା କୋର୍ଟରେ ଆବେଦନ କରିପାରିବେ।
୨୦୧୬ ମାର୍ଚ୍ଚ ୩ ତାରିଖରେ ପାକିସ୍ତାନ ସେନା କୁଳଭୂଷଣ ଯାଦବଙ୍କୁ ଗୁଇନ୍ଦାଗିରି ଅଭିଯୋଗରେ ବାଲୋଚିସ୍ତାନରୁ ଗିରଫ କରିଥିବା ଦାବି କରିଥିଲା। ଏହାପରେ ତାଙ୍କ ବିଚାର ସାମରିକ କୋର୍ଟରେ କରାଯାଇ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ଏହା ବିରୋଧରେ ଭାରତ ସରକାର ଆଇସିଜେକୁ ଯାଇଥିଲେ।

ଗତମାସରେ ଆଇସିଜେ ୧୫-୧ ଭୋଟରେ ପାକିସ୍ତାନର ଏଭଳି କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରିଥିଲେ। ଏଥିସହ କୁଳଭୂଷଣ ଯାଦବଙ୍କ ଫାଶୀ ଉପରେ ରୋକ ଲଗାଇବା ସହ କୋର୍ଟ ତାଙ୍କୁ କନସୁଲାର ଆକ୍ସେସ ଯୋଗାଇ ଦେବାକୁ ମଧ୍ୟ କହିଥିଲେ।

ଆହୁରି ପଢ଼ନ୍ତୁ

ଲୋକସେବା ଭବନ ପ୍ରବେଶ ମନା

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା; ୯ ଘଣ୍ଟା ଜେରାରେ ଏମିତି ରହସ୍ୟର ପରଦା ଖୋଲିଲେ ଅଭିନେତ୍ରୀ ସଞ୍ଜନା

ଭୁବନେଶ୍ୱରରୁ ଚିହ୍ନଟ ନୂଆ ୨୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩ଟି ଲୋକାଲ୍ କେସ୍

ଗଞ୍ଜାମ ପରେ ଯାଜପୁରରେ ସର୍ବସାଧାରଣଙ୍କୁ ସରକାରୀ ଅଫିସ୍‌ ମନା

ଛତ୍ରପୁର NAC ୭ ଦିନ ସଟ୍‌ଡାଉନ୍

ସୁସ୍ଥ ହେଲେ ଆଉ ୧୩୭ କରୋନା ଆକ୍ରାନ୍ତ

ରାତି ୯ଟା ବେଳର ମୁଖ୍ୟଖବର

କୋଭିଡ୍ ଗାଇଡ୍‌ଲାଇନ୍ସ‌ ଉଲ୍ଲଘଂନ ଅଭିଯୋଗରେ ବ୍ଲୁ ହ୍ୱିଲ୍ ହସ୍ପିଟାଲ୍ ସିଲ୍‌

ସୁଶାନ୍ତଙ୍କ ପୂର୍ବରୁ ଧୋନିଙ୍କ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ ଏହି ଅଭିନେତା

ସୁଶାନ୍ତଙ୍କ ଆତ୍ମହତ୍ୟାର ସପ୍ତାହକ ପରେ ନୀରବତା ଭାଙ୍ଗିଲେ ସଲମାନ୍‌, ଫ୍ୟାନ୍ସଙ୍କୁ କଲେ ଏମିତି ନିବେଦନ

ଗୁପ୍ତଧନ ପାଇବା ଆଶାରେ କରୁଥିଲେ ପୂଜାର୍ଚ୍ଚନା, ନିର୍ଧୂମ ଛେଚିଲେ ଗାଁ ଲୋକେ

ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ, ୪,୬୭୭ରେ ପହଞ୍ଚିଲା ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା

You might also like