ଭାରତୀୟ ଗୀତ ଗାଇ ଚାକିରୀରୁ ନିଲମ୍ବିତ ହେଲେ ପାକିସ୍ତାନୀ ମହିଳା

ଇସଲାମାବାଦ: ଭାରତୀୟ ଗୀତ ଗାଇ ନିଲମ୍ବନ ହେଲେ ପାକିସ୍ତାନ ଏୟାରପୋର୍ଟ ସିକ୍ୟୁରିଟି ଫୋର୍ସର ମହିଳା କର୍ମଚାରୀ। ପାକିସ୍ତାନ ଏୟାରପୋର୍ଟ ସିକ୍ୟୁରିଟି ଫୋର୍ସରେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀ ଭାରତୀୟ ଗୀତ ଗାଉଥିବାର ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ଏଥିସହିତ ୨୫ ବର୍ଷିୟା ମହିଳା କର୍ମଚାରୀଙ୍କର ଦୁଇ ବର୍ଷ ପର୍ଯ୍ୟନ୍ତ ଦରମା ବୃଦ୍ଧି ଉପରେ ମଧ୍ୟ ରୋକ୍‌ ଲଗାଯାଇଛି।

ଏହି ଭିଡିଓଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ପାକିସ୍ତାନ ଏୟାରପୋର୍ଟ ସିକ୍ୟୁରିଟି ଫୋର୍ସ ପକ୍ଷରୁ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ତଦନ୍ତରୁ ଜଣାପଡ଼ିଛି ତିନି ମାସ ପୂର୍ବରୁ ଏହି ଭିଡିଓଟି ସୁଟିଂ ହୋଇଥିଲା। ଏଥିରେ ଦେଖାଯାଉଛି ଜଣେ ଯୁବତୀ ଭାରତୀୟ କଣ୍ଠଶିଳ୍ପୀ ଗୁରୁ ରନ୍ଧ୍ୱାଙ୍କ ‘ହାଇ ରେଟେଡ ଗବରୁ’ ଗୀତକୁ ଗାଉଛନ୍ତି।

ଦେଖନ୍ତୁ ଏହି ଭିଡିଓ –

ସେ ଏହି ଗୀତ ଗାଇବା ସମୟରେ ପାକିସ୍ତାନ ପତାକା ଲାଗିଥିବା ଟୋପି ପିନ୍ଧିଥିଲେ। ଯେଉଁଥି ପାଇଁ ତାଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି, ଯଦି ଭବିଷ୍ୟତରେ ସେ ଏଭଳି ଭୁଲ୍‌ କରନ୍ତି ତାହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଉକ୍ତ ଯୁବତୀଙ୍କ ଘର ପାକିସ୍ତାନର ସିଆଲ କୋର୍ଟରେ ବୋଲି ଜଣାପଡ଼ିଛି।

(ସୌଜନ୍ୟ :ndtv.com)

You might also like