ମନ୍ଦିର ଖୋଲିବ ତ ମହାପ୍ରଳୟ ମାଡ଼ି ଆସିବ

ବାରମ୍ବାର ଚେଷ୍ଟା ସତ୍ତ୍ୱେ ଖୋଲୁନାହିଁ ପଞ୍ଚମ ଦ୍ୱାର

  • ଚର୍ଚ୍ଚାରେ କେରଳର ପଦ୍ମନାଭନ ମନ୍ଦିର
  • ବାରମ୍ବାର ଚେଷ୍ଟା ସତ୍ତ୍ୱେ ଖୋଲୁନାହିଁ ପଞ୍ଚମ ଦ୍ୱାର
  • କବାଟ ଖୋଲିଲେ ମହାପ୍ରଳୟ ଆସିବ ବୋଲି କହିଲେ ରାଜପରିବାର

ଥିରୁବନନ୍ତପୁରମ୍: ହିନ୍ଦୁ ଧର୍ମରେ ୩୩ କୋଟି ଦେବତା ଥିବା କୁହଯାଏ। ସେଥିଲାଗି ୧୨ ମାସରେ ୧୩ ପର୍ବର ପାଳନ କରାଯାଏ। କେବଳ ଏତିକି ନୁହେଁ ବରଂ ୧୨ ଜ୍ୟୋର୍ତିଲିଙ୍ଗ ଦର୍ଶନରେ ବି ଅନେକ ତୀର୍ଥ କରିବାକୁ ଯାଆନ୍ତି। କେବଳ ଏତିକି ନୁହେଁ ବରଂ ଭାରତର ୪ ଧାମକୁ ତୀର୍ଥ କରିବା ସହ ଗଙ୍ଗାରେ ସ୍ନାନ ଓ ଗୟାରେ ପିଣ୍ଡ ଦାନ କଲେ ପିତୃପୁରୁଷ ମୁକ୍ତି ପାଆନ୍ତି ବୋଲି ବିଶ୍ୱାସ ରହିଛି। ଏହାସହ ଦେଶର ପ୍ରତି ରାଜ୍ୟରେ ଅନେକ ଏମିତି କିଛି ରହସ୍ୟ ମୟ ମନ୍ଦିର ରହିଛି ଯାହାକୁ ନେଇ ଜାତୀୟ ଗଣମାଧ୍ୟମଠୁ ଆରମ୍ଭ କରି ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ବେଶ ଚର୍ଚ୍ଚା ରହିଥାଏ।

ଏହାରି ମଧ୍ୟରେ ଏମିତି ଏକ ସୂଚନା ମିଳିଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହୋଇଯିବେ। କେରଳର ଥିରୁଅନନ୍ତପୁରମର ପ୍ରସିଦ୍ଧ  ପଦ୍ମନାଭ ମନ୍ଦିର ସମ୍ପର୍କରେ ଆପଣ ସମସ୍ତେ ଜାଣନ୍ତି। ଏହି ମନ୍ଦରରେ ଭଗବାନ ବିଷ୍ଣୁ ପୂଜା ପାଉଥିବା ନେଇ ଜଣାଯାଏ। ତେବେ ଆସନ୍ତୁ ଜାଣିବା ଏହି ମନ୍ଦିରର କିଛି ବିଶେଷ ରହସ୍ୟ ସମ୍ପର୍କରେ…

ଏହି ମନ୍ଦିରର ମଧ୍ୟରେ ଭଗବାନ ବିଷ୍ଣୁଙ୍କର ଏକ ବିରାଟ ମୂର୍ତ୍ତି ରହିଛି ଯାହା ଶେଷ ନାଗ ଉପରେ ବିରାଜମାନ ରହିଛି। ସ୍ଥାନୀୟ ପ୍ରଶାସନ ଓ ଲୋକଙ୍କର କହିବା ଅନୁସାରେ ଏହି ମନ୍ଦିର ଷଷ୍ଠ ଶତାଦ୍ଦୀରେ ନିର୍ମାଣ କରାଯାଇଛି। କୁହାଯାଏ ତ୍ରଭନ୍ଦପୁରର ରାଜା ଏହି ମନ୍ଦିରର କାନ୍ଥ,ବାଡ଼ ଓ ଗର୍ଭଗୃହରେ ଅନେକ ଧନ ସମ୍ପତ୍ତି ଲୁଚାଇ ରଖିଛନ୍ତି। ତେବେ ୨୦୧୧  ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ପ୍ରଶାସନର ଉପସ୍ଥିତିରେ ଭଣ୍ଡାର ଗୃହରେ ଅନେକ କବାଟ ଖୋଲାଯାଇଥିଲା। ଏହି ସମୟରେ ପୂର୍ବରୁ କେବେ ଖୋଲାଯାଇନଥିବା ଭଣ୍ଡାର ଗୃହ ମଧ୍ୟ ଖୋଲାଯାଇଥିବା ନେଇ ସୂଚନା ମିଳିଛି। ଆଉ ବନ୍ଦ ଭଣ୍ଡାରଗୃହରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ସୁନା, ହୀରା ଅଳଙ୍କାର ବାହାରିଥିଲା।

ସୂଚନା ଅନୁସାରେ, ଏହି ମନ୍ଦିରରେ ୫ଟି କବାଟ ରହିଥିଲା। ଆଉ ପ୍ରତ୍ୟେକ କବାଟ ଖୋଲିବା ପରେ ଅମୂଲ ମୂଲର ସମ୍ପତ୍ତି ମିଳିଥିଲା କିନ୍ତୁ ମନ୍ଦିରର ୫ ନମ୍ବର କବାଟ ଖୋଲିନଥିଲା। ସବୁଠାରୁଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କବାଟରେ କୌଣସି ତାଲା ନଥିଲା କି କୌଣସି ଲକ୍‌ର ବ୍ୟବସ୍ଥା ନଥିଲା ହେଲେ ବି ଏହି କବାଟକୁ ଅନେକ ପ୍ରୟାସ ପରେ ଖୋଲାଯାଇପାରିନଥିଲା। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, ଏହି କବାଟରେ ସାପର ଚିହ୍ନ ଥିଲା, କୁହାଯାଏ ତାହା ଖୋଲିଲେ ଅନେକ କ୍ଷତି ହେବ ବୋଲି। ଆଉ ତାହାହିଁ ପରବର୍ତ୍ତୀ ସମୟରେ ପ୍ରମାଣିତ ହେଲା। ୨୦୧୧ ମସିହା ଜୁଲାଇ ୧୭ ତାରିଖ ଦିନ ପ୍ରଥମ ତିନୋଟି କକ୍ଷର କବାଟ ଖୋଲାଯିବାର ତିନି ସପ୍ତାହ ପରେ ଯିଏ କବାଟ ଖୋଲିଥିଲା ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଏ।

ତେବେ ଏହି ଘଟଣା ଜଣାପଡ଼ିବା ପରେ ମନ୍ଦିର ସହ ଜଡ଼ିତ ଏକ ଟ୍ରଷ୍ଟ ଚେତାବନୀ ଦେଇ କହିଥିଲା ଯେ, ଯିଏ ମନ୍ଦିରର ସେହି କଠୋରୀ ସବୁ ଖୋଲିବାକୁ ଚେଷ୍ଟା କରିଛି ତାହାର ସ୍ଥିତି ଭୟଙ୍କର ହୋଇଛି। ଶୁଣିବାକୁ ମିଳେ, ମନ୍ଦିରର ଏହି ସ୍ୱତନ୍ତ୍ର କବାଟକୁ କୁଆଡ଼େ ଏକ ବିଶେଷମନ୍ତ୍ରରେ ବନ୍ଦ କରାଯାଇଛି। ଯାହାକୁ ଅଷ୍ଟନାଗ ମନ୍ତ୍ର କୁହାଯାଏ। ତେବେ ସେ କଠୋରୀରେ କଣ ରହିଛି ତାହାକୁ ମଧ୍ୟ କେହି ଜାଣନ୍ତି ନାହିଁ। କିନ୍ତୁ ମନ୍ଦିର ମଧ୍ୟରେ ଥିବା ସମସ୍ତ ଧନ ସୁରକ୍ଷିତ ରହିଥିବା କୁହାଯାଉଛି।

ଏହି ଘଟଣା ପରେ ମନ୍ଦିରର ସେହି ଗୁପ୍ତ କୋଠରୀକୁ ଆଜି ପର୍ଯ୍ୟନ୍ତ ମଧ୍ୟ କେହି ଖୋଲିବାକୁ ଚେଷ୍ଟା କରୁନଥିବା ଜଣାଯାଏ। ଏମିତିକି ସୁପ୍ରିମକୋର୍ଟ ମଧ୍ୟ କଠୋରୀ ଖୋଲିବାର ନିଷ୍ପତ୍ତିକୁ ବଦଳାଇ ଦେଇଥିବା କୁହାଯାଏ। ହେଲେ କଠୋରୀରୁ ମିଳିଥିବା ସମ୍ପତ୍ତିର ହିସାବ କରିବାକୁ ପ୍ରାୟ ୩ ବର୍ଷର ସମୟ ଲାଗିଥିବା କୁହାଯାଉଛି। ତେବେ ପୁଣି ଥରେ ୨୦୧୮ ମସିହାରେ ସେହି ୫ ନମ୍ବର କୋଠରୀ ଖୋଲିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ କିଛି ଲାଭ ହେଲା ନାହିଁ। ସ୍ଥାନୀୟ ରାଜପରିବାରଙ୍କ କହିବା ଅନୁସାରେ, ଏହି ମନ୍ଦିରର କଠୋରୀକୁ ଯେବେ ଖୋଲାଯାଏ ତେବେ ମହାପ୍ରଳୟ ଆସିବ, ତେଣୁ ମନ୍ଦିର ଖୋଲିବାର ନିଷ୍ପତ୍ତିରୁ ପ୍ରଶାସନ ନବୃତ୍ତ ରହୁ ବୋଲି ରାଜପରିବାର କହିଛନ୍ତି। ଆଉ ସ୍ଥାନୀୟ ଲୋକମାନେ ମଧ୍ୟ ଏହି ମନ୍ଦିରର ଦ୍ୱାର ଖୋଲାନଯାଉ ବୋଲି ଦାବି କରିଛନ୍ତି।

You might also like