କାମାକ୍ଷାନଗରରେ ଓଟିପିସିଏଲ୍ କାର୍ଯ୍ୟକୁ ବିରୋଧ

ଢେଙ୍କାନାଳ: କାମାକ୍ଷାନଗର ମରିଚାକଣରେ ଓଟିପିସିଏଲ୍ କାର୍ଯ୍ୟକୁ ବିରୋଧ। ଲୋକଙ୍କ ବିଭିନ୍ନ ସମସ୍ୟା ନେଇ କିଛି ଦିନ ତଳେ ଗାଁରେ ଏକ ଗ୍ରାମସଭା ହୋଇଥିଲା। ସେଠାରେ ଲୋକଙ୍କ ବିଭିନ୍ନ ଦାବି ପୂରଣ ପାଇଁ କମ୍ପାନୀ ପ୍ରତିଶ୍ରୁତି ଦେଇଥିଲା। ଏହାପରେ ଆଜି କମ୍ପାନୀ ତରଫରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହାକୁ ଲୋକେ ବିରୋଧ କରିଥିଲେ।

ଗ୍ରାମସଭାରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ଜମି ଅଧିଗ୍ରହଣ ହୋଇପାରିବ ନାହିଁ ବୋଲି ଲୋକେ ଅଡ଼ି ବସିଥିଲେ। ହାତରେ ଠେଙ୍ଗାବାଡ଼ି, ଝାଡୁ ଧରି ବିରୋଧ କରିବା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି।

You might also like