ହାଡୁ ମଉସାଙ୍କ ନାଚ ପାଖରେ ହାର ମାନିଲା ବୟସ, ଦେଖନ୍ତୁ ଭିଡିଓ

ସୋନପୁର: କମଳପୁରର ହାଡ଼ୁ ମଉସା। ବୟସ ୮୦ ହେଲେ ତାଙ୍କର ଜୋଶ ପାଖରେ ହାର ମାନିଯିବେ ଟୋକା। ଥରେ ଗୀତର ନାଚରେ ତାଳ ଦେଇ ନାଚିବା ଆରମ୍ଭ କଲେ ବୋଲ ମାନେନି ତାଙ୍କର ହାତ ଗୋଡ଼। ଥକି ଯାଏନି ଶରୀର।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମଳପୁର ଗାଁର ହାଡୁ ଖମାରୀ ଓରଫ ହାଡ଼ୁ ମଉସା।  ବୟସର ଅପରାହ୍ଣରେ ଭଲରେ ଚାଲି ପାରୁନାହାନ୍ତି। ତାଙ୍କ ବେଶ ପୋଷାକରେ ଦାରିଦ୍ର୍ୟର ଛାପ ବାରି ହୋଇ ପଡ଼ୁଛି। ହେଲେ ଯୋଶ କମିନି। ଉଦ୍ଦିପନା ଥମିନି।   ବାଜା ବାଜିଲେ ଆପେଆପେ ତାଙ୍କର ପାଦ ନାଚି ଉଠୁଛି। ବାଡି ଖଣ୍ଡେ ଧରି ତାଳ, ଲୟରେ ଏମିତି ନାଚୁଛନ୍ତି, ଦେଖିଲେ ଲାଗିବ ଯେମିତି ଏକଦମ୍‌ ପୋଖତ ଡ୍ୟାନ୍ସର। 

ବୟସ ଥିଲା ବେଳେ ହାଡୁ ମଉସା ଗାଁର ଦଣ୍ଡ ପାର୍ଟିରେ ବିଭିନ୍ନ ଚରିତ୍ରରେ ନୃତ୍ୟ କରୁଥିଲେ। ଏବେ ବୟସ ବଢ଼ିଛି। ଭଲ ଭାବେ ଚାଲି ପାରୁ ନାହାନ୍ତି॥ ତଥାପି କେଉଁଠି ବାଜା ବାଜୁଥିବା ଶୁଣିଲେ ସେ ଆପେ ଆପେ ନାଚି ଉଠନ୍ତି । ଆଉ ଏତେ ସୁନ୍ଦର ନାଚନ୍ତି ଯେ, ଦେଖିଲା ଲୋକ ଘଡିଏ ଅଟକି ଯାଆନ୍ତି।

ନୂଆ ବର୍ଷ ବେଳେ ଗାଁର ପିଲାମାନେ ସମ୍ବଲପୁରୀ ଗୀତ ବଜାଉଥିବାବେଳେ ହାଡୁ ମଉସା ସମସ୍ତଙ୍କ ନଜରରେ ଆସିଥିଲା। ସେଦିନ ଯେମିତି ଗୀତ ବାଜିବା ଆରମ୍ଭ ହୋଇଥିଲା,  ହାଡୁ ମଉସା ଆରମ୍ଭ କରିଦେଇଥିଲେ ନୃତ୍ୟ। ଆଉ ହାଡୁ ମଉସାଙ୍କ ନୃତ୍ୟକୁ ଦେଖିଲା ପରେ ସେଠାରେ ଥିବା ଛୁଆଠୁ ବଢା ସମସ୍ତେ କରତାଳି ଦେଇ ତାଙ୍କୁ ଉତ୍ସାହିତ କରିଥିଲେ।  ପୂର୍ବରୁ ମଧ୍ୟ ହାଡୁ ମଉସାଙ୍କ ଅନେକ ନାଚ ଭାଇରାଲ୍ ହୋଇଛି।

ଦେଖନ୍ତୁ, ବୟସର ଅପରାହ୍ନରେ କେମିତି ନାଚୁଛନ୍ତି ହାଡ଼ୁ ମଉସା..

 

You might also like